ଅଭିମାନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର : କହିଲେ ,ବୋଧେ ଅପାରଗ ବୋଲି ଅମିତ ଶାହଙ୍କ କାର୍ଯ୍ୟକ୍ରମକୁ ଡକାଗଲା ନାହିଁ

20

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମକୁ ନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଅଭିମାନ କରି କହିଛନ୍ତି ଯେ, ବୋଧେ ସେ ଜଣେ ଅପାରଗ ନେତା ହୋଇଥିବାରୁ ତାଙ୍କୁ ଡକା ଯାଇନାହିଁ । ବିଜୟଙ୍କ ଏଭଳି ବୟାନରୁ ବିଜେପି ଭିତରେ ଥିବା ଅନ୍ତଃକନ୍ଦଳ ପଦାରେ ପଡିଛି । ସେ କହିଛନ୍ତି ଅମିତ ଶାହଙ୍କ କାର୍ଯ୍ୟକ୍ରମଙ୍କୁ ତାଙ୍କୁ ଡକା ଯାଇନାହିଁ ।

ଶାହଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜୟ ମହାପାତ୍ରଙ୍କୁ ଯାହା କହିଥିଲେ ସେ ତାର ଉତ୍ତର ତାଙ୍କୁ ଦେଇଥିବା କହିଛନ୍ତି । ୨୦୧୯ରେ ବିଜେପି ରାଜ୍ୟରେ ୧୨୦ଟି ଦଖଲ କରିବା ନେଇ ଅମିତ ଶାହ କହୁଥିବା ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି ଯେ, ସେ କେଉଁ ଆଧାରରେ ଏଭଳି କହୁଛନ୍ତି ତାହା ତାଙ୍କୁ ଜଣାନାହିଁ । ଏମିତି କହିଛନ୍ତି ଯେ, ଶାହଙ୍କ ପାଖରେ ଯୋଗ୍ୟ ବ୍ୟକ୍ତି ଥିବେ ତେଣୁ ଦଳ ୧୨୦ ସିଟ୍ ଦଖଲ କରିବ ବୋଲି ସେ କହିଛନ୍ତି । ସେପଟେ ସେ ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । କହିଛନ୍ତି ରାଜ୍ୟ ସଭାପତି ଯୋଗ୍ୟ ବ୍ୟକ୍ତିଙ୍କର ଏକ ତାଲିକା କେନ୍ଦ୍ର ବିଜେପିକୁ ଦେଇଥିଲେ ।

ଦେଖନ୍ତୁ ଏହି ଭିଡିଓ –