ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରମୁହାଁ : ଜେନେରାଲ ବେଡରେ ୬.୫୧ ଓ ଆଇସିୟୁରେ ୧୨.୫୧% ରୋଗୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

154

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ ପାର୍ କରି ଯାଇ ପାରୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ । ବର୍ତ୍ତମାନ ଦେଶରେ ବି ବଢୁଛି ଆମର ମଧ୍ୟ ବଢୁଛି । ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ ବହୁତ କମ୍ ରହିଛି ।

ଏମିତି କି ବେଡ୍ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡରେ ୬.୫୧, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ଅଛି ୩.୬୨ ପ୍ରତିଶତ ପେସେଣ୍ଟ ରହିଛନ୍ତି । ଆମେ ବର୍ତ୍ତମାନ ୫ଟି ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜିଟିଭ ରେଟ, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁକୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଜେସନ। ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼ାଇବା ଜାରି ରଖିଛୁ । ଔଷଧ, ଅକ୍ସିଜେନ ଓ ବେଡ ପ୍ରସ୍ତୁତ କରି ରଖାଯାଉଛି ।