ଋଷି ସୁନକଙ୍କ କୋର ଟିମରେ ସ୍ଥାନ ପାଇଲେ ବିହାର ଯୁବକ ପ୍ରଜ୍ୱଳ, ୧୬ ବର୍ଷ ବୟସରେ କଞ୍ଜରଭେଟିବ ପାର୍ଟିର ନେଇଥିଲେ ସଦସ୍ୟତା

ଋଷି ସୁନକଙ୍କ କୋର ଟିମରେ ସ୍ଥାନ ପାଇଲେ ବିହାର ଯୁବକ ପ୍ରଜ୍ୱଳ, ୧୬ ବର୍ଷ ବୟସରେ କଞ୍ଜରଭେଟିବ ପାର୍ଟିର ନେଇଥିଲେ ସଦସ୍ୟତା

କନକ ବ୍ୟୁରୋ : ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନବାସୀଙ୍କ ଠାରୁ ଭାରତୀୟମାନେ ଅଧିକ ଖୁସି ହେଉଛନ୍ତି । ଏହାର କାରଣ ଋଷି ସୁନକ ଜଣେ ଭାରତୀୟ ବଂଶୋଦ୍ଭବ । ଏହା ମଧ୍ୟରେ ବି ପୁଣି ଏକ ଖୁସି ଖବର ହେଉଛି ବିହାରର ଜଣେ ଯୁବକ ଏବେ ସୁନକଙ୍କ କୋର ଟିମରେ ସ୍ଥାନ ପାଇଛନ୍ତି । ୧୬ ବର୍ଷ ବୟସରେ କଞ୍ଜରଭେଟିବ୍ ପାର୍ଟିର ସଦସ୍ୟତା ନେଇଥିବା ପ୍ରଜ୍ୱଳ ପାଣ୍ଡ୍ୟା ଏବେ ସୁନକଙ୍କ କୋର ଟିମରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଜ୍ୱଳ ପ୍ରାୟ ୧୦ ବର୍ଷ ହେବ ବ୍ରିଟେନରେ ରହୁଛନ୍ତି ।

୨୦୧୯ ରେ ୧୬ ବର୍ଷ ବୟସରେ ପ୍ରଜ୍ୱଳ ପ୍ରଥମଥର କଞ୍ଜରଭେଟିବ୍ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ଏହାପରେ ଦଳ ତରଫରୁ ତାଙ୍କୁ ଅଭିଯାନ ଟିମରେ ସାମିଲ କରାଯାଇଥିଲା । ଅଗଷ୍ଟ ୨୦୨୨ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହେଲା ସେତେବେଳେ ପାର୍ଟି ତରଫରୁ ପ୍ରଜ୍ୱଳଙ୍କୁ ମୁଖ୍ୟ ଅଭିଯାନ ଟିମରେ ସାମିଲ କରାଗଲା । ଏବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ କୋର କମିଟିରେ ସାମିଲ କରାଯାଇଛି ।

ପ୍ରଜ୍ୱଳ ପାଣ୍ଡ୍ୟାଙ୍କ ପିତା ବ୍ରିଟେନ ସେନାରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମା ବି ବ୍ରିଟେନରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ପ୍ରଜ୍ୱଳଙ୍କ ଭଉଣୀ ପ୍ରାଞ୍ଜଲ ପାଣ୍ଡ୍ୟା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe