ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ! ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବ ଆକଳନ ମୁ୍ତାବକ ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ମଧ୍ୟରେ ଏକ ବଡ ଖବର ଆସିଛି । ଗତଥର ଜେଡିୟୁ ଓ ବିଜେପି ମେଣ୍ଟ ସରକାରରେ ବିଜେପି ତରଫରୁ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ହେଲେ ଚଳିତ ସେଶନରେ ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବେ । ନୀତିଶ କୁମାର ଉପରେ ପ୍ରଭାବ ପକାଇବା ପାଇଁ ବିଜେପି ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ଅନୁମାନ କରାଯାଉଛି । ବିଜେପି ତରଫରୁ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ । ହେଲେ ଏହା ଉପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ କେତେ ସନ୍ତୋଷ୍ଟ ତାହା ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe