ବିହାର ପଂଚାୟତର ତୁଗଲକ ନିଷ୍ପତ୍ତି : ଝିଅଙ୍କ ଜିନ୍ସ ପିନ୍ଧିବା ଓ ମୋବାଇଲ ରଖିବା ଉପରେ ଲଗାଇଲା ପ୍ରତିବନ୍ଧକ

32

ଦେଶରେ ଝିଅଙ୍କ ହିତକୁ ଧ୍ୟାନରେ ରଖି ‘ବେଟି ବଚାଓ , ବେଟି ପଢ଼ାଓ’ ଭଳି ଅଭିଯାନ ଚାଲୁଛି । ଝିଅକୁ ସଶକ୍ତ କରିବା ପାଇଁ ଅନେକ ପ୍ରକାରର ଯୋଜନା ଚାଲୁଛି । ଏବଂ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧୁରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ସମାଜରେ କିଛି ଏମିତି ଲୋକ ମଧ୍ୟ ଅଛନ୍ତି, ଆଜି ବି ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଛାଡନ୍ତିନି । କିଛି ଏମିତି ଘଟଣା ଘଟିଛି ବିହାରର ମଧୁବନୀ ଜିଲ୍ଲାରେ । ମଧୁବନୀରେ ପଂଚାୟତ ତୁଗଲକ ଫଇସଲା ଶୁଣାଇଛନ୍ତି । ଝିଅଙ୍କ ଜିନ୍ସ ପିନ୍ଧିବା ଓ ମୋବାଇଲ ଫୋନ ରଖିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମାମଲା ଅନ୍ଧରାଠାଢ଼ି ପ୍ରଖଣ୍ଡା ମଦନା ପଂଚାୟତର ।

ପଂଚାୟତର ପ୍ରତିନିଧି ଓ ଗ୍ରାମବାସୀଙ୍କ ପାଇଁ ଜମୈଲା ଓ ମୈନୀ ଗାଁରେ ଆଣ୍ଟି ରୋମିଓ ସ୍କ୍ୱାଡ଼ ଗଠନ କରାଯାଇଛି । ସ୍କ୍ୱାଡ଼ ଝିଅଙ୍କୁ ମୋବାଇଲ ରଖିବା ଓ ଜିନ୍ସ, ଟି-ସାର୍ଟ ଭଳି କପଡା ପିନ୍ଧିବା ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଇଛି । ରୋମିଓ ସ୍କ୍ୱାଡ଼ ସଦସ୍ୟଙ୍କ ଅନୁସାରେ, ଗାଁ ଓ ସମାଜରେ ଉଦଣ୍ଡ ଲୋକ ନିଜର କାୟା ବିସ୍ତାର କରିବାକୁ ଲାଗିଲେଣି, ଯେଉଁଥିରେ ଝିଅଙ୍କ ପାଖରେ ଥିବା ମୋବାଇଲର ମୁଖ୍ୟ ଅବଦାନ ରହିଛି । ଏହି ପଂଚାୟତ ଆଣ୍ଟି ରେମିଓ ସ୍କ୍ୱାଡ଼ ଅନୁସାରେ, ପ୍ରେମୀ ଯୁଗଳଙ୍କ ମନ୍ଦିରରେ ବିବାହ କରାଯାଇଛି । ପଂଚାୟତର ଏଭଳି ଫଇସଲା ପାଇଁ ଛାତ୍ରୀ ଛାତ୍ରୀ ବହୁତ ଆହତ ଅଛନ୍ତି ଓ ସେମାନେ ମାନସିକତା ବଦଳାଇବାକୁ କହୁଛନ୍ତି । ଝିଅମାନେ ଏହାକୁ ତାଙ୍କ ଅଧିକାରର କ୍ଷୁର୍ଣ୍ଣ ବୋଲି କହୁଛନ୍ତି ।