ବ୍ୟକ୍ତିଙ୍କର ୪ ରାଜ୍ୟରେ ୬ ସ୍ତ୍ରୀ! ଯୁୁଆଡେ ଯାଆନ୍ତି ବାହା ହୁଅନ୍ତି, ଶେଷରେ ଧରା ପକାଇଦେଲେ ଶଳା ।

326

କନକ ବ୍ୟୁରୋ: ଆଜିକା ଦୁନିଆରେ ଅଜବ ଅଜବ ଖବର ସାମ୍ନାକୁ ଆସୁଛି । ଏପରି ଆଉ ଏକ ଅଜବ ଖବର ଆସିଛି ବିହାରରୁ । ବିହାର ଜମ୍ମୁଇର ବାସିନ୍ଦା ଛୋଟୁ ଖବର ଏବେ ପୁରା ରାଜ୍ୟରେ ଚର୍ଚ୍ଚିତ । ଏ ବ୍ୟକ୍ତି ଜଣଙ୍କର ୪ରାଜ୍ୟରେ ୬ଜଣ ସ୍ତ୍ରୀ ଅଛନ୍ତି । ସିଏ ଯୁଆଡେ ଯାଆନ୍ତି ସିଆଡେ ବାହା ହୁଅନ୍ତି । ଶେଷରେ ଶଳା ହାତରେ ଧରାପଡି ସବୁ ସତ ମାନିଛନ୍ତି ।

ବିହାରର ଛୋଟୁୁ କୁମାର ଅର୍କେଷ୍ଟ୍ରାରେ କାମ କରନ୍ତି । ବିଭିନ୍ନ ସ୍ଥାନକୁ ପ୍ରୋଗ୍ରାମ କରିବାକୁ ଯାନ୍ତି । ହେଲେ ଯୁଆଡେ ଯାଆନ୍ତି ସେଠି ମହିଳାଙ୍କ ଫଶାଇ ତାଙ୍କ ସହ ବିବାହ କରନ୍ତି । ଏପରି ଭାବେ ତାଙ୍କର ୪ଟି ରାଜ୍ୟରେ ୬ଜଣ ସ୍ତ୍ରୀ ଥିବା ଜଣାପଡିଛି । କଥା ହେଉଛି ଦେଢ ବର୍ଷ ତଳେ ତାଙ୍କର ତୃତୀୟ ପତ୍ନୀଙ୍କଠାରୁ ବିଚ୍ଛେଦ ହୋଇଛି । ଏହି ଦୁଇ ଜଣଙ୍କର ୨ ସନ୍ତାନ ଅଛନ୍ତି । ହେଲେ ଦିନେ ତାଙ୍କ ଶଳା ଅର୍ଥାତ୍ ଏହି ସ୍ତ୍ରୀଙ୍କ ଭାଇ ଜମ୍ମୁଇ ଷ୍ଟେସନରେ ଛିଡା ହୋଇଥିବାବେଳେ ଛୋଟୁ ଜଣେ ମହିଳାଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ । ଦୀର୍ଘ ଦେଢ ବର୍ଷ ହେବ ଯାହାର ଦେଖାଦର୍ଶନ ମିଳୁନଥିଲା ତାଙ୍କୁ ଷ୍ଟେସନରେ ଦେଖି ଚମକି ପଡିଥିଲେ । ଏବଂ ନିଜ ଭଉଣୀ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ଖୋଳତାଡ । ଛୋଟୁକୁ ପୋଲିସ ପାଖକୁ ଭିଡି ନେଇଥିଲେ । ସେଠାରେଛୋଟୁ ସବୁ ସତ ମାନିଥିଲା । ଅର୍କେଷ୍ଟ୍ରା ପ୍ରୋଗ୍ରାମରେ ଛୋଟୁ ଚିନବୋରିଆ, ସୁନ୍ଦରଟାଣ୍ଡ, ରାଞ୍ଚି, ସଂଗ୍ରାମପୁର, ଦିଲ୍ଲୀ, ଦେବଘର ଯାଇ ସେଠାରେ ୬ଜଣ ମହିଳାଙ୍କ ବିବାହ କରିଛନ୍ତି ।ଏବେଯାଏଁ ତାଙ୍କର ୬ଜଣ ସନ୍ତାନ ଥିବା ଜଣାପଡିଛନ୍ତି ।