ଏମିତି ଚିରାଗ ଏବଂ ଉଦ୍ଧବଙ୍କ ଭଳି ସ୍ଥିତି ହେବାରୁ ବଞ୍ଚିଲେ ନୀତିଶ କୁମାର, ପଢନ୍ତୁ ବିହାରର ରାଜନୈତିକ ଯୁଦ୍ଧର ଭିତିରି କଥା …

451

କନକ ବ୍ୟୁରୋ: ବିହାର ରାଜନୀତିରେ ମହାରାଷ୍ଟ୍ର ଭଳି ରାଜନୈତିକ ସ୍ଥିତିର ପଟକଥା ଲେଖାଯାଉଥିଲା । ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପାଦତଳୁ ସରକାରକୁ ତାଙ୍କ ଦଳର ନେତା ଏକନାଥ ସିନ୍ଦେ ହିଁ ଖସାଇନେଇ ଚାଲିଯାଇଥିଲେ । ବିହାରରେ ମଧ୍ୟ ଆରସିପି ସିଂହଙ୍କ ବାହାନାରେ ‘ସିନ୍ଦେ ମଡେଲ’କୁ ଆପଣାଯାଉଥିଲା । ତେବେ ନୀତିଶ କୁମାର ସିଧାଅନ୍ଦାଜରେ ଏଭଳି ପ୍ରସ୍ତୁତ କରିଥିଲେ ଯେ, ଶିବସେନା ଭଳି ଦଶା ଭୋଗିବାରୁ ଜେଡିୟୁ ବର୍ତ୍ତି ଯାଇଥିଲା । ନୀତିଶ କୁମାର ଗୋଟିଏ ପଟରୁ ବିଜେପିର ଶୀର୍ଷନେତୃତ୍ୱଙ୍କ ଭରସା ବଜାଇ ରଖିଥିବା ବେଳେ ଅନ୍ୟପଟେ ଆରଜେଡି ସହ ସରକାର ଗଠନର ପ୍ରସ୍ତୁତି ମଧ୍ୟ କରୁଥିଲେ । ନୀତିଶ ପ୍ରଥମେ ବିଦ୍ରୋହୀ ଆରସିପି ସିଂହଙ୍କୁ ଗୋଟିଏ ପାଶ୍ୱର୍କୁ କରି ବିଜେପିକୁ ତାର ଭାଷାରେ ହିଁ ମାତ୍ ଦେବା ପାଇଁ ପ୍ରସ୍ତୁତି କରିଥିଲେ । ଏହା କରିବା ଫଳରେ ସେ ଚିରାଗ ପାଶୱାନ୍ ଏବଂ ଉଦ୍ଧବ ଠାକରେଙ୍କ ଭଳି ସ୍ଥିତିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଲାଲୁ ପ୍ରସାଦ ଯାଦବଙ୍କ ତଥାକଥିତ ‘ଜଙ୍ଗଲରାଜ’ ଭୟର ମାହୋଲ ଭିତରେ ବିକାଶ କରିଥିବା ନେତା ଭାବେ ନୀତିଶ କୁମାର ସାମ୍ନାକୁ ଆସିଥିଲେ । ସଙ୍ଘର୍ଷ କରିବା ସହ ମଣ୍ଡଳସ୍ତରରୁ ସେ ରାଜନୀତିକୁ ଆସିଥିଲେ । ବିଜେପି ସହ ନୀତିଶ କୁମାର ମିଳିମିଶି ସରକାର ଚଳାଉଥିଲେ, ତେବେ ବିଜେପି ପ୍ରତିଟି ପାଦରେ ତାଙ୍କ ଉପରେ ନଜର ରଖିଥିଲା । ଏହି କାରଣରୁ ୨୦୨୦ରେ ବିହାରରେ ଭାଜପା ନେତାଙ୍କ ମନରେ ପ୍ରଶ୍ନ ରହିଥିଲା ଯେ ଦଳ ପାଖରେ ସର୍ବାଧିକ ଆସନ ଥାଇ ମଧ୍ୟ ତାଙ୍କୁ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀତ୍ୱରେ କାମ କରିବାକୁ ପଡୁଛି ।

ବିଜେପି ନେତା ଚାହୁଁଥିଲେ ବର୍ତ୍ତମାନ ରାଜ୍ୟରେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ହେବା ଦରକାର । ତେବେ ଦଳର କେନ୍ଦ୍ରୀୟ ନେତୃତ୍ୱ ଚୁପ ରହିଥିଲେ । ତେବେ ଧିରେ ଧିରେ ଏହି ଛୋଟ ଛୋଟ କଥା ବଡ ବିଦ୍ରୋହର ରୂପ ନେଇସାରିଥିଲା । ସମୟ ସମୟରେ ବିଜେପି-ଜେଡିୟୁ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ବୃଦ୍ଧି ପାଇଥିଲା । ବିଧାନସଭା ଭିତରେ ମଧ୍ୟ ଏହାର ଚିତ୍ର ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ପ୍ରକରଣ ପରେ ବିହାରର ବିଜେପି ନେତାଙ୍କୁ ଲାଗୁଥିଲା ଯେ ଯଦି ଶିବସେନା ଭଳି ଜେଡିୟୁଙ୍କ ଭାଙ୍ଗିବାରେ ସଫଳ ହୋଇଯାଏ ତେବେ ବିହାରର ବାଜି ପୂରା ବଦଳିଯିବ ।

ଜେଡିୟୁ ନେତାଙ୍କ ଅଭିଯୋଗ ଥିଲା ଯେ ବିଜେପି ନେତା ଆରସିପି ସିଂହଙ୍ଗ ଭିତରେ ଜଣେ ନୂଆ ଏକନାଥ ସିନ୍ଦେଙ୍କ ତଲାସି କରୁଥିଲେ । ବିହାରରେ ଆରସିପି ସିଂହଙ୍କ ବାହାନାରେ ଜେଡିୟୁରେ ଗୃହଯୁଦ୍ଧର ପ୍ରସ୍ତୁତି ହେଉଥିଲା । ତେବେ ନୀତିଶ କୁମାର ନିଜ ବୁଦ୍ଧି ଏବଂ ରାଜନୈତିକ ଗୋଟିଚାଳନା ବଳରେ ଘଟଣା ଉପରେ ନଜର ରଖିଥିଲେ । ବିଜେପି ନେତାଙ୍କ ସହ ଆରସିପି ସିଂହଙ୍କ ବଢୁଥିବା ଭଲପାଇବାକୁ ନୀତିଶ ଠିକ ଭାବେ ଧରିପାରିଥିଲେ । ଜେଡିୟୁର ଅଧ୍ୟକ୍ଷ ଲଲନ ସିଂହ ଆରସିପି ସିଂହଙ୍କୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ନୀତିଶ ଆଖିବୁଜି ଆରସିପି ସିଂହଙ୍କ ଉପରେ ଭରସା କରିଥିଲେ । ତେବେ ତାଙ୍କ ପିଠି ପଛରେ ଛୁରାମାରିବା ପାଇଁ ବିଜେପିର ଏଜେଣ୍ଟ ହୋଇ ଜେଡିୟୁରେ ସେ କାମ କରିଚାଲିଥିଲେ ।

ଲଲନ ସିଂହ ଆହୁରି ମଧ୍ୟ କହିଛନ୍ତି, ଜେଡିୟୁଙ୍କୁ ଶକ୍ତିହୀନ କରିବା ପାଇଁ ପ୍ରଥମେ ୨୦୨୦ରେ ଚିରାଗ ପାଶୱାନଙ୍କ ବ୍ୟବହାର କରିଥିଲା ବିଜେପି । ପରେ ଆରସିପି ସିଂହଙ୍କ ଜରିଆରେ ଚିରାଗ ପାର୍ଟ-୨ ମଡେଲ ପ୍ରସ୍ତୁତ ହୋଇଥିଲା । ଲଲନ ସିଂହ କହିଛନ୍ତି, ଷଡଯନ୍ତ୍ର ହୋଇଥିଲା, କେଉଁଭଳି ଷଡଯନ୍ତ୍ର ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି । ନୀତିଶ କୁମାର ସମୟ ଥାଉଥାଉ ଏହାକୁ ଜାଣିବା ସହ ବିଜେପିର ସବୁ ପ୍ଲାନକୁ ଭଣ୍ଡୁର କରିଦେଇଥିଲେ।

ବିହାରରେ ଜେଡିୟୁର ଅବସ୍ଥା ମହାରାଷ୍ଟ୍ରର ଶିବସେନା ଭଳି ନହେବ ସେଥିପାଇଁ ନୀତିଶ ପ୍ରଥମରୁ ସତର୍କ ହୋଇଥିଲେ । ଜେଡିୟୁ ଆରସିପି ସିଂହଙ୍କୁ ତୃତୀୟ ଥର ରାଜ୍ୟସଭାକୁ ପଠାଇନଥିଲା । ଏହାକୁ ନେଇ ସେ କେନ୍ଦ୍ରମନ୍ତ୍ରୀ ପଦରୁ ବାଦ ପଡିଥିଲେ । ପରେ ଆରସିପି ସିଂହ ଦୁର୍ବଳ ହୋଇଥିଲେ ଏହାର ସୁଯୋଗରେ ତାଙ୍କୁ ଦଳର ଅନ୍ୟପଦରୁ ମଧ୍ୟ ହଟାଇବା ସହ ତାଙ୍କ ନିକଟତମ ସଦସ୍ୟଙ୍କୁ ମଧ୍ୟ ହଟାଇଦେଇଥିଲେ ନୀତିଶ । ତେବେ ଜେଡିୟୁ ତାଙ୍କୁ ସିଧାସଳଖ ବାହର କରିବା ପାଇଁ କୌଣସି ଆଦେଶ ନଦେଇ ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇ ନୋଟିସ ଜାରିକରାଯାଇଥିଲା । ଏହିଭଳି ଭାବେ ତାଙ୍କ ଛବିକୁ ମଳିନ କରିବା ସହ ବିଧାୟକଙ୍କ ସହ ତାଙ୍କ ସମ୍ପର୍କ ଛିନ୍ନ କରିବା ପାଇଁ ରଣନୀତି ଆପଣାଯାଇଥିଲା । ନୀତିଶଙ୍କ ଏହି ଚାଲ ସଫଳ ହୋଇଥିଲା ।

ସମୟ ଥାଉଥାଉ ନୀତିଶ କେବଳ ପରିସ୍ଥିତିକୁ ବୁଝିନଥିଲେ ତାକୁ ନଜରରେ ରଖି ନୂଆ ରଣନୀତି ପ୍ରସ୍ତୁତ କରି ଭାଜପାକୁ ସଙ୍କଟରେ ପକାଇଥିଲେ । ନୀତିଶ କୁମାର ଏହି କଥା ବୁଝିପାରିଥିଲେ ଆରସିପି ଲୋକଙ୍କ ନେତା ନୁହନ୍ତି । ସେ କେବେ ତାଙ୍କୁ କୌଣସି ଚ୍ୟାଲେଞ୍ଜ ଦେଇପାରିବେ ନାହିଁ । ଚଳିତ ବର୍ଷ ଜୁନରେ ଜେଡିୟୁ ଆରସିପି ସିଂହଙ୍କ ନିକଟତମ ଥିବା ୪ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ ।

ଜେଡିୟୁର ମହାସଚିବ ରହିଥିବା ଅନିଲ କୁମାର, ବିପିନ କୁମାର ଯାଦବ, ଅଜୟ ଆଲୋକ ଏବଂ ଜିତେନ୍ଦ୍ର ନିରଜଙ୍କ ଭଳି ବଡ ନେତାଙ୍କୁ ଦଳରୁ ବାହରର ରାସ୍ତା ଦେଖାଯାଇଥିଲା । ଏହିଭଳି ଭାବେ ଆରସିପି ସିଂହଙ୍ଗ ଉପରେ ଦଳ ଲଗାଇ ଲଗାଇପାରିଥିଲା । ଏହାର ଫଳ ଏୟା ବାହାରିଥିଲା ଯେ ଜେଡିୟୁରେ କୌଣସି ନେତା ଆରସିପି ସିଂହଙ୍କ ସହ ଛିଡା ହୋଇପାରିଲେ ନାହିଁ । ଅନ୍ୟ ପଟେ ଲଲନ ସିଂହଙ୍କୁ ଲଗାଇ ତାଙ୍କ ପକ୍ଷକୁ ମଜବୁତ ପାଇଁ ଉଦ୍ୟମ ଜାରିରହିଥିଲା । ନିଜେ ନୀତିଶ ଆରଜେଡି ସହ ସରକାର ଗଠନ ପାଇଁ ଭିତରେ ଭିତରେ ନିଜର ଉଦ୍ୟମ ଆରମ୍ଭ କରିଦେଇଥିଲେ ।