ବିହାରରେ ମଦ ମୃତ୍ୟୁକୁ ନେଇ ମେଣ୍ଟ ସରକାରରେ ଫାଟ, ନିତୀଶଙ୍କୁ ଟାର୍ଗେଟ କରି ବିଜେପି ପଚାରିଲା ଏଭଳି ପ୍ରଶ୍ନ

122

କନକ ବ୍ୟୁରୋ : ଗୋଟିଏ ପଟେ ବିହାର ସରକାର ରାଜ୍ୟରେ ମଦବିକ୍ରି ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟପଟେ ଦେଶରେ ସବୁଠାରୁ ଅଧିକ ବିଶାକ୍ତ ମଦ ପିଇ ବିହାରରେ ଲୋକେ ମରୁଛନ୍ତି । ଏହି କ୍ରମରେ ବିହାର ମଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନିଜ ଜିଲ୍ଲା ନାଳନ୍ଦାରେ ବିଶାକ୍ତ ମଦପିଇ ୧୧ ଜଣ ଲୋକଙ୍କ ମୃତ୍ୟୁକୁ ନେଇ ବିଜେପି ଏବେ ନିତୀଶଙ୍କୁ ଟାର୍ଗେଟ୍ କରିଛି । ବିିହାର ବିଜେପିର ରାଜ୍ୟ ଅଧ୍ୟକ୍ଷ ସଂଜୟ ଜୟସୱାଲ ରବିବାର ଦିନ ନଜ ଫେସବୁକ ପୋଷ୍ଟ ମାଧ୍ୟମରେ ନିତୀଶ କୁମାରଙ୍କ ମଦ ବ୍ୟାନ ଆଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ପଚାରିଛନ୍ତି କି ନିତୀଶ ସରକାର ମଦ ବିକ୍ରି କରିବା ଓ ପିଇବା ଲୋକଙ୍କ ଉପରେ କଟକଣା ଲଗାଇଥିବା ବେଳେ ଏବେ ନିଜ ଜିଲ୍ଲାରେ ଯେଉଁ ୧୧ ଜଣ ଲୋକ ବିଶାକ୍ତ ମଦ ପିଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ ନିତୀଶ ସରକାର କଣ ଜେଲରେ ପୁରାଇବେ କି ?

ସୂଚନା ଥାଉକି ଗତବର୍ଷ ଦିପାବଳୀ ସମୟରେ ସଂଜୟ ଜୟସୱାଲଙ୍କ ସଂସଦୀୟ କ୍ଷେତ୍ରରେ ବିଶାକ୍ତ ମଦ ପିଇ ୧୨ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଜୟସୱାଲ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଜୟସୱାଲଙ୍କର ଏଭଳି କାମକୁ ନେଇ ୨ ଦିନ ତଳେ ଜେଡିୟୁର ପ୍ରବକ୍ତା ଅଭିଷେକ ଝା ଜୟସୱାଲଙ୍କୁ  ଟାର୍ଗେଟ୍ କରିଥିଲେ । ସେ କହିଥିଲେ କି ଜୟସୱାଲଙ୍କର ଏଭଳି କାର୍ଯ୍ୟ ସରକାରଙ୍କ ଆଚରଣକୁ ଉଲଙ୍ଘନ କରୁଛି । ଏହାର ଉତ୍ତରରେ ଆଜି ଜୟସୱାଲ ସିଧା ସଳଖ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନିତୀଶଙ୍କୁ ଟାର୍ଗେର୍ଟ୍ କରି ସୋସିଆଲ ମିଡିଆରେ ଏଭଳି ପୋ୍େଟ କରିଛନ୍ତି ।