ମାଆ କୋଳରେ ଥିବା ଶିଶୁ ଗଲା ଜେଲ, ୯ ମାସର ଗର୍ଭବତୀ କାରାଗାର ଭିତରେ ଜନ୍ମ ଦେବେ ଆଉ ଏକ ଶିଶୁ। ପଢନ୍ତୁ କାହିଁକି…

416

କନକ ବ୍ୟୁରୋ: ବିହାର ଆରାରେ ମାଆ ଅପରାଧର ଦଣ୍ଡ  ଅଢେଇ ବର୍ଷର ଶିଶୁକୁ ଭୋଗିବାକୁ ପଡିଛି । ଅନୈତିକ ପ୍ରେମ ସମ୍ବନ୍ଧକୁ ନେଇ ନିରୀହ ଶିଶୁକୁ ଜେଲ ଭିତରକୁ ଯିବାକୁ ପଡିଛି । ମାଆ ନିଜର ପ୍ରେମିକଙ୍କୁ ହତ୍ୟା ଅଭିଯୋଗରେ ଜେଲଯାଇଥିବା ବେଳେ ଶିଶୁଟିକୁ ମଧ୍ୟ ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡିଛି । ଘଟଣାଟି ଘଟିଛି କୃଷ୍ଣାଗଡ ଥାନା ଅଞ୍ଚଳରେ ।

ଗତ ସୋମବାର ଦିନ ଜଣେ ମହିଳା ରୁବି ଦେବୀକୁ ଦେଖାକରିବା ପାଇଁ ପ୍ରେମିକ ଚନ୍ଦନ ତିୱାରୀ ଘରକୁ ଆସିଥିଲେ । ତେବେ ମହିଳା ଏବଂ ତାଙ୍କ ପ୍ରେମିକକୁ ମହିଳାଙ୍କ ସ୍ୱାମୀ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହାକୁ ନେଇ ମହିଳାଙ୍କ ସ୍ୱାମୀ ରାଜୁ ପାସୱାନ ଏବଂ ତାଙ୍କ ଶ୍ୱଶୁର, ଦିଅର ଯୁବକଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏନେଇ କୃଷ୍ଣାଗଡ ଥାନା ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଅଭିଯୁକ୍ତ ପ୍ରେମିକା ରୁବି ଦେବୀ, ତାଙ୍କ ସ୍ୱାମୀ ରାଜୁ, ଶ୍ୱଶୁର ଏବଂ ଦିଅରକୁ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ଅଭିଯୁକ୍ତ ମାଆଙ୍କ ସହ ଅଢେଇ ବର୍ଷର ଶିଶୁ ମଧ୍ୟ ଜେଲକୁ ଯାଇଛି ।

ଶିଶୁଟି ବର୍ତ୍ତମାନ ସୁଦ୍ଧା ଜାଣିନାହିଁ ଯେ ଯେଉଁ ଦୋଷ ପାଇଁ କାଳକୋଠରୀକୁ ସେ ନିଜ ମାଆ ସହ ଯାଉଛି ସେଥିରେ ତାର କୌଣସି ଦୋଷ ନାହିଁ । ତେବେ ଅଭିଯୁକ୍ତ ମହିଳା ବର୍ତ୍ତମାନ ୯ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି । ଏହି କାଳ କୋଠରୀରେ ଆଉ କିଛି ଦିନ ପରେ ଆଉ ଏକ ଶିଶୁ ଜନ୍ମ ନେବ । ପୋଲିସ ଯେତେବେଳେ ଅଭିଯୁକ୍ତ ରୁବି ଦେବୀଙ୍କୁ ଏହି ହତ୍ୟାକାଣ୍ଡ ବାବଦରେ ପଚରାଉଚରା କରିଥିଲା ସେତେବେଳେ ମୃତକ ଚନ୍ଦନ ସହ ତାର ପ୍ରେମ ସମ୍ପର୍କକୁ ମିଛ କହିଛି । ରୁବି ଏହା ମଧ୍ୟ କହିଛନ୍ତି ଯେ ଚନ୍ଦନ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥକୁ ନେଇ ବିବାଦ ହୋଇଥିଲା । ଉଭୟଙ୍କ ମଧ୍ୟରେ ଲଢେଇ ପରେ ଚନ୍ଦନକୁ ରୁବିଙ୍କ ପତ୍ନୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ଚନ୍ଦନଙ୍କ ମୃତ୍ୟୁ କେମିତି ହେଲେ ତାକୁ ନେଇ ସେ କିଛି କହିନାହାନ୍ତି ।