କନକ ବ୍ୟୁରୋ : ଦିଲ୍ଲୀ ବିମାନବନ୍ଦରରୁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା ଜବତ ହୋଇଛି । ବିମାନବନ୍ଦରରୁ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । କୁହାଯାଉଛି କି ଏହି ନୋଟ ସବୁ ଜୁଲାଇ ୨୧ ତାରିଖରେ ୩ନମ୍ବର ଟର୍ମିନାଲ ନିକଟରୁ ଜବତ ହୋଇଥିଲା । ଏହି କ୍ରମରେ ୩ଜଣ ତାଜାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ଏହି ବିଦେଶୀମୁଦ୍ରାକୁ ନେଇ ଇସ୍ତାନବୁଲ ଯାଉଥିବା କଥା କୁହାଯାଇଛି ।

Advertisment

ସୂଚନା ମୁତାବକ ବିମାନବନ୍ଦରର ୩ନମ୍ବର ଟର୍ମିନାଲ ନିକଟରେ ଯେତେବେଳେ ୩ଜଣ ତାଜାକିସ୍ତାନୀ ନାଗରିକଙ୍କ ବ୍ୟାଗ ତଲାସୀ ନିଆଯାଇଥିଲା ସେତେବେଳେ ସେମାନଙ୍କ ବ୍ୟାଗରୁ ୭,୨୦,୦୦୦ ଆମେରକୀୟ ଡଲାର, ୪,୬୬,୨୦୦ ୟୁରୋ ଜବତ ହୋଇଛି । ଏହି ମୁଦ୍ରାର ଭାରତୀୟ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।

କଷ୍ଟମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଗିରଫ ହୋଇଥିବା ୩ଜଣ ତାଜାକିସ୍ତାନୀ ନାଗରିକଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ସେ କିଛି ବିଦେଶୀମୁଦ୍ରା ଜୋତା ମଧ୍ୟରେ ଲୁଚାଇ ରଖିଥିବା କଥା କୁହାଯାଇଛି ।