ବିଗବସ୍ ହାଉସରେ ବିବାହ କରିବେ ଭୋଜପୁରି ନାୟିକା ମୋନାଲିସା !

ବିଗବସ୍ ହାଉସରେ ବିବାହ କରିବେ ଭୋଜପୁରି ନାୟିକା ମୋନାଲିସା !

source: indianexpress.com

ଭୋଜପୁରି ନାୟିକା ତଥା ବିଗବସ୍ ପ୍ରତିଯୋଗୀ ମୋନାଲିସା ବିଗବସ୍ ହାଉସରୁ ବାହାରିବା ପରେ ତାଙ୍କର ପ୍ରେମିକଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ମୋନାଲିସା ବିଗବସ ହାଉସରେ ହିଁ ତାଙ୍କର ପ୍ରେମିକ ବିକ୍ରାନ୍ତ ସିଂହ ରାଜପୁତଙ୍କୁ ବିବାହ କରିବେ। ଏ ସଂପର୍କରେ ବିକ୍ରାନ୍ତ ମୋନାଙ୍କୁ ବହୁତ ଭଲ ପାଆନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି ।

ସବୁଠାରୁ ବଡକଥା ହେଲା ଏହି ବାହାଘର ନିଜେ ସୁପରଷ୍ଟାର୍ ସଲମାନ୍ ଖାନ୍ ବିଗବସ୍ ହାଉସରେ କରାଇବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ବିଗବସ୍ ହାଉସରେ ହିଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଅଲ୍ଲୀ ମର୍ଚାଣ୍ଟଙ୍କର ବାହାଘର ଅନୁଷ୍ଠିତ ହୋଇଥିଲା, ଯାହା ବେଶି ଦିନ ତିଷ୍ଠି ନଥିଲା । ଦେଖାଯାଉ ଏହି ପ୍ରେମୀଯୁଗଳ ମୋନାଲିସା ଏବଂ ବିକ୍ରାନ୍ତଙ୍କ କ୍ଷେତ୍ରରେ କ’ଣ ଘଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe