କନକ ବ୍ୟୁରୋ: କମିଶନରେଟ୍ ପୁଲିସକୁ ବଡ ସଫଳତା । ଧରାପଡିଲେ ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ୍ । ପାର୍ସଲରେ ଡ୍ରଗ୍ସ ଥିବ କହି କ୍ରାଇମାବ୍ରାଂଚର ନାଁ ନେଇ ଲୋକଙ୍କୁ ଚୂନା ଲଗାଉଥିଲେ । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୁଲିସ୍ । ତ୍ରିପୁରା, ଆସାମ, କୋଚି ଓ ଆନ୍ଧ୍ରପ୍ରଦେଶରୁ ଏମାନଙ୍କୁ ଗିରଫ କରାଯାଇଛି । ଗତ ମେ ମାସରେ ୩୭ ଲକ୍ଷ ଟଙ୍କାର ସାଇବରେ ଠକେଇ ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱରରେ ବସି ସବୁକିଛି ଅପରେଟ୍ କରୁଥିଲେ ଅଭିଯୁକ୍ତମାନେ । ବଡ କଥା ହେଲା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କମ୍ପୁଟର୍ ସାଇନସ୍ ଏମଟେକ୍ ଡିଗ୍ରୀ ଧାରୀ ।