ଜୟପୁର ପରିବା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ : ନିଆଁ ଲାଗି ପୋଡି ଯାଇଛି ୨୦ରୁ ଅଧିକ ଦୋକାନ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

157

କନକ ବ୍ୟୁରୋ : ନିଆଁ ଆଁରେ ଜଳି ପୋଡି ପାଉଁଶ ହୋଇଗଲା କୋରାପୁଟ ଜୟପୁର ସହରରେ ଥିବା ପରିବା ମାର୍କେଟ । ସର୍ଟସର୍କିଟ ଯୋଗୁଁ ଭୋର୍ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିିଥିବା ସୂଚନା ରହିଛି । ଏହି ଦୈନିକ ପରିବା ମାର୍କେଟରେ ୧୨୦ଟି ଦୋକାନ ଘର ଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଂକାର ଜିନିଷ ପୋଡି ହୋଇ ନଷ୍ଟ ହୋଇଯାଇଥିବା ସୂଚନା ରହିଛି । ତେବେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ପରିବା ମାର୍କେଟର ମଝିରେ ନିଆଁ ଲାଗିବା ପରେ ଏହା ଚାରିଆଡୁକୁ ବ୍ୟାପିଯାଇଥିଲା ବୋଲି ସୂଚନା ରହିଛି । ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲା ।