ଏନଆଇଏର ପଚରା ଉଚରା ବେଳେ ବଡ ଖୁଲାସା, “ପିଏଫଆଇର ଟାର୍ଗେଟରେ ଥିଲା ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି”

105

କନକ ବ୍ୟୁରୋ : ସାରା ଦେଶରେ ପପୁଲା ଫଣ୍ଟଅଫ୍ ଇଣ୍ଡିଆ ବା ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଏନଆଇଏ ଚଢାଉ ଜାରି ରଖିଛି । ଏହି କ୍ରମରେ ଗିରଫ ହୋଇଥିବା ସଂଗଠନର ଜଣେ ସଦସ୍ୟ ରଫିକ ପୈଠ ଜେରା ବେଳେ ଏକ ବଡ ଖୁଲାସା କରିଛନ୍ତି । ରଫିକ କହିଛନ୍ତି କି, ତାଙ୍କ ସଂଗଠନର ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ । ରଫିକଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲିରେ ମାହୋଲ ବିଗାଡିବାକୁ ଚାହୁଁଥିଲେ ପିଏଫଆଇର ମୁଖ୍ୟ । ଏନେଇ ବ୍ୟାନର ଓ ପୋଷ୍ଟର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା ।

ଚଳିତବର୍ଷ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଧାନୀ ପାଟନାରେ ଏକ ସଭା କରିଥିଲେ । ଏହି ରାଲି ପୂର୍ବରୁ ଏଠାରେ ହିଂସା କରିବାକୁ ପିଏଫଆଇ ତରଫରୁ କିଛି ଲୋକଙ୍କୁ ଟ୍ରେନିଂ ଦିଆଯାଇଥିଲା । ସେପଟେ ଯାଂଚ ବେଳେ ଜଣା ପଡିଛି କି, ଗୋଟିଏ ବର୍ଷ ମଧ୍ୟରେ ପିଏଫଆଇର ଆକାଉଣ୍ଟକୁ ୧୨୦ କୋଟି ଟଙ୍କା ଆସିଛି । ଏହାସହ ଏକାଉଣ୍ଟରେ ଯେତିକି ଟଙ୍କା ଅଛି ତା ଠାରୁ ଦୁଇଗୁଣା ଟଙ୍କା ନଗଦ ଆକାରରେ କାର୍ଯ୍ୟାଳୟଗୁଡିକରୁ ଜବତ ହୋଇଛି ।

ସେପଟେ ଏନଆଇଏର ଚଢାଉ ବେଳେ କେବଳ କେରଳରୁ ୨୨ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ ୧୦୬ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ବିରୋଧ କରି ଗତକାଲି କେରଳରେ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯିବା ସହ ପ୍ରତିବାଦ କରାଯାଇଥିଲା ।