ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିବ ନା ନାହିଁ

ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିବ ନା ନାହିଁ

ଓଡିଆକୁ ସରକାରୀ ଭାଷା କରିବା ନେଇ ଦୀର୍ଘ ଦିନର ପ୍ରୟାସ ନିର୍ଣ୍ଣାୟକ ମୋଡ ନେଇଛି । ରାଜ୍ୟ କ୍ୟାବିନେଟ୍ ଓଡିଆକୁ ସରକାରୀ ଭାଷା କରିବା ନେଇ ପ୍ରସ୍ତୁତ ନିୟମାବଳୀକୁ ମଂଜୁରୀ ଦେଇଛନ୍ତି । ଅଗଷ୍ଟ୧୬ଠାରୁ ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାମ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।ସମସ୍ତ ପ୍ରକାର ସରକାରୀ ଦଲିଲ ଓଡିଆ ଭାଷାରେ ଲେଖା ହେବ । ସରକାରୀ ସ୍ତରରେ ଓଡିଆ ଭାଷା ବ୍ୟବହାର କରିବା ନେଇ ବାଧ୍ୟତାମୂଳକ କରାଯାଇଛି । ଓଡିଆ ଭାଷାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗରେ ଏକ ଡିଭିଜନ ଖୋଲା ଯିବ।

କିନ୍ତୁ ଏବେ ସୁଦ୍ଧା ନିୟମାବଳୀକୁ ଚୂଡାନ୍ତ ରୂପ ନଦିଆଯିବାରୁ ଓଡିଆ ଭାଷା କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠୁଛି ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛି ଭାଷା ସୁରକ୍ଷା ସଂଗ୍ରାମ ସମିତି । ଏହି ବିତର୍କିତ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe