ପ୍ରଦର୍ଶନ ଆଧାରରେ ଏଣିକି ପଦୋନ୍ନତି ଓ ଦରମା ବୃଦ୍ଧି

ପ୍ରଦର୍ଶନ ଆଧାରରେ ଏଣିକି ପଦୋନ୍ନତି ଓ ଦରମା ବୃଦ୍ଧି

ଭଲ କାମ କର, ଆଉ ମୋଟା ଅଙ୍କର ଟଙ୍କା ନିଅ। ହେଲେ ଖରାପ କାମ କଲେ କିମ୍ବା ପ୍ରଦର୍ଶନ ଆଶାନୁରୂପ ନରହିଲେ ବାର୍ଷିକ ବେତନ ବୃଦ୍ଧି ହେବନି। କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଏନଡିଏ ସରକାର। ଅଯୋଗ୍ୟ କର୍ମଚାରୀଙ୍କୁ ବାର୍ଷିକ ବେତନ ବୃଦ୍ଧି ଏବଂ ପଦୋନ୍ନତିରୁ ବାଦ ଦିଆଯିବ ବୋଲି ବିଜ୍ଞପ୍ତି ସ୍ପଷ୍ଟ କରିଛି। ଅର୍ଥାତ ସରକାରୀ ଚାକିରି ପାଇଗଲେ ଚିନ୍ତା ଗଲା, ଏହି ଚିନ୍ତାଧାରାକୁ ଭୁଲ ଦର୍ଶାଇଛନ୍ତି ମୋଦି ସରକାର। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦରମା ବଢାଇବାକୁ ଥିବା ପ୍ରକ୍ରିୟା ଏବେ ଦୂର ହୋଇଛି। ଠକ କର୍ମଚାରୀ ଏଣିକି ବସି ରହି ଦରମା ଓ ପଦୋନ୍ନତି ନେବା ସ୍ୱପ୍ନ ହୋଇଯିବ। ଅର୍ଥାତ ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା। ପୂର୍ବରୁ ଚଳି ଆସୁଥିବା କିଛି ପ୍ରକ୍ରିୟାରେ ପରିବର୍ତନ ପାଇଁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଚାକିରି ଜୀବନ ଆଗକୁ ବଢିଲେ ବାର୍ଷିକ ବେତନ ବୃଦ୍ଧି ସାଙ୍ଗକୁ ପଦୋନ୍ନତି ଆପେ ଆପେ ଆସିଥାଏ ବୋଲି ଅଧିକାଂଶ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଧାରଣା ରହିଥିବା ସପ୍ତମ ବେତନ କମିଶନ ଏହାର ରିପୋର୍ଟ ଉଲ୍ଲେଖ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଅଯୋଗ୍ୟ କର୍ମଚାରୀଙ୍କୁ ବାର୍ଷିକ ବେତନ ବୃଦ୍ଧି ସହ ପଦୋନ୍ନତିରୁ ବଂଚିତ କରିବାକୁ ନିଷ୍ପତି ନେଇଛି। ବର୍ତମାନ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଏଣିକି କର୍ମଚାରୀମାନେ ଦକ୍ଷତାର ସହ କାମ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଏହି ଆଲୋଚିତ ପ୍ରସଙ୍ଗ ଉପରେ ଅଧିକା ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe