ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା କିଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଯାଜପୁରର ନଗଡା ଏବଂ କନ୍ଧମାଳ ଗୁମୁଡୁମାହା ରେ ଦେଖିବାକୁ ମିଳିଛି । ତାହା ବିଷୟରେ ଏବେ ଆଉ ଚର୍ଚ୍ଚା କରିବାର ବି ଆବଶ୍ୟକତା ନାହିଁ । ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ନଗଡା ଭଳି ସ୍ଥିତି ଆଜି ଲୋକ ଦେଖୁଛନ୍ତି ଯେଉଁଠିକି ଅପପୃଷ୍ଟିରେ ୧୯ ଜଣ ଶିଶୁ ମରିସାରିଲେଣି । ଆଉ ଯଦି ଗୁମୁଡୁମୁହା ର କଥା କହିବା ପାଖାପାଖି ୨୦୦ କୋଟି ଏହି ଯାଗାକୁ ଦିଆସରିଛିି, କିନ୍ତୁ ସେଠି ଆଜି ବି ଏମିତି କିଛି ସ୍ଥାନ ରହିଛି ଯୋଉଠିକୁ ୧୩ କିଲୋମିଟର ରାସ୍ତା ଚାଲିବାପରେ ହିଁ ଆମେ ଗୋଟିଏ ଗାଁରେ ପହଂଚିପାରିବା । ସେହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଇଏ ପ୍ରକୃତରେ ଗୋଟିଏ ବାସ୍ତବତାର ଚିତ୍ର ସାମ୍ନାକୁ ଆଣୁଛି କି ଯୋଉଠି ରାଜ୍ୟସରକାର ସେତିକିବେଳେ ଚେତିବେ ଯେତେବେଳେ ଗଣମାଧ୍ୟମରେ ସେ ଚିତ୍ର ସାମ୍ନା କୁ ଆସିବ, ନଚେତ୍ ଯେତେବେଳେ ଗୋଟିଏ ବଡଧରଣର ବିଭ୍ରାଟ ଏବଂ ବିବାଦ ଆରମ୍ଭ ହେବ ସେତେବେଳେ ରାଜ୍ୟ ସରକାର ଚେତିବେ । ଏ ବିତର୍କିତ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us