ପୁରୀ ମନ୍ଦିରରେ ଯେଉଁ ବଂଶାନୁକ୍ରମିକ ସେବାୟତ ପରମ୍ପରା ରହିଛି ଏବେ ତାକୁ ବନ୍ଦ କରିବାର ସମୟ ଆସିଛି କି? ଅର୍ଥାତ ଯେଉଁ ବଂଶବାଦର ପରିସ୍ଥିତି ସବୁବେଳେ ଦେଖିବାକୁ ମିଳୁଛି ତାକୁ ବର୍ତମାନ ସମୟରେ ବାଦ୍ ଦେବାର ଆବଶ୍ୟକତା ରହିଛି । ଉତରାଧିକାରୀ ସେବାକୁ ଆଶିଂକ ଭାବରେ ସଙ୍କୁଚିତ କରିବାର ସମୟ ଏବେ ଆସିଛି । ଏ ପ୍ରଶ୍ନ ଏବେ ଏଥିପାଇଁ ଉଠୁଛି ଯେ ଚଳିତ ରଥଯାତ୍ରା ସମୟରେ ଯେଉଁ ବିଭ୍ରାଟ ଦେଖାଦେଇଛି , ଏବଂ ଯେଉଁଭଳି ଭାବରେ ଶ୍ରୀଜିଉଙ୍କ ନୀତିକୁ ବିଶୃଙ୍ଖଳିତ କରିବାଠୁ ଆରମ୍ଭ କରି ନୀତିକୁ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ କରାଗଲା ସେହି ଦୃଷ୍ଟିକୋଣରୁ ଏହି ପ୍ରଶ୍ନ ଉଠୁଛି ଯେ ସେବାୟତ ମାନଙ୍କର ଯେଉଁ ବଂଶାନୁକ୍ରମିକ ପରମ୍ପରା ଚାଲିଆସୁଛି ସେହି ସେବାକୁ ବର୍ତମାନ ଆଂଶିକ ଭାବରେ ବନ୍ଦ କରିବା, କିମ୍ବା ସଙ୍କୁଚିତ କରିବା, କିମ୍ବା ପୂରାପୂରି ଭାବରେ ବନ୍ଦ କରିଦେବାର ସମୟ ଆସିଛି କି? ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ବର୍ତମାନ ଚିନ୍ତା କରିବାର ସମୟ ଆସିଛି । ଏହି ବିତର୍କିତ ପ୍ରସଙ୍ଗ ଉପରେ କନକ ନ୍ୟୁଜ୍ ର ଆଜିର ବିଗ୍ ଡିବେଟ୍
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us