କନ୍ଧମାଳ ଗୁଳିକାଣ୍ଡ ଘଟଣା : ରାଜନୀତିର ପଶାପାଲି ଏବେ ଖୁବ୍ ଚର୍ଚ୍ଚିତ ଅବସ୍ଥାରେ

କନ୍ଧମାଳ ଗୁଳିକାଣ୍ଡ ଘଟଣା : ରାଜନୀତିର ପଶାପାଲି ଏବେ ଖୁବ୍ ଚର୍ଚ୍ଚିତ ଅବସ୍ଥାରେ

କନ୍ଧମାଳରେ ନୀରିହ ଲୋକମାନଙ୍କୁ ଗୁଳି ମାଡ ଘଟଣାରେ ରାଜନୀତିର ପଶାପାଲି ଏବେ ଖୁବ୍ ଚର୍ଚ୍ଚିତ ଅବସ୍ଥାରେ। ଗୋଟିଏ ପଟେ ବିରୋଧି ଦଳ ତରଫରୁ ବାରମ୍ବାର ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଏବଂ କାହିଁକି ତୁରନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ଏମିତି ଏକ ମଉକା ମିଳିଯାଇଛି , ଯାହାକୁ ଢାଲ ହିସାବରେ ବର୍ତମାନ ସମୟରେ ବ୍ୟବହାର କରାଯାଉଛି । ସ୍ୱାଭାବିକ୍ ଭାବେ ଏଠି ପ୍ରଶ୍ନ ଉଠୁଛି କନ୍ଧମାଳର ସେହି ନୀରିହ ଆଦିବାସୀ ମାନଙ୍କୁ ନ୍ୟାୟ ଦେବାରେ ପ୍ରକୃତରେ ରାଜ୍ୟ ସରକାର ସମର୍ଥ ହେବେ ନା କୈାଣସି ବାହାନା କରି ଏ ଇସ୍ୟୁକୁ ଧିରେ ଧିରେ ଲୋକଙ୍କର ମନରୁ ଦୂରେଇ ଦିଆଯିବ । ଯେଉଁ ଏସଆଇଟିର ତଦନ୍ତ ଓ ଜୁଡିସିଆଲ ଇନକ୍ୱାରି ଚାଲିବ ସେଥିରୁ ନ୍ୟାୟ ମିଳିବା ଏକ ବିଳମ୍ବିତ ପ୍ରକ୍ରିୟା ହେବ । ପରବର୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଜିନିଷ ଗଣମାଧ୍ୟମର ନଜରରୁ ଓହରି ଯିବ । ଏ ବିତର୍କିତ ପ୍ରସଙ୍ଗ ଉପରେ ଅଧିକ ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe