ୟୁକ୍ରେନକୁ ବଡ ଝଟକା : ଏଫ୍-୧୬ ଯୁଦ୍ଧ ବିମାନ ଦେବାକୁ ମନା କଲା ଆମେରିକା

109

କନକ ବ୍ୟୁରୋ : ରୁଷ- ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି । ଏହାରି ଭିତରେ ଆମେରିକା ୟୁକ୍ରେନକୁ ଦେଇଛି ବଡ ଝଟକା । ୟୁକ୍ରେନକୁ ଏଫ ୧୬ ଯୁଦ୍ଧ ବିମାନ ଦେବାକୁ ଆମେରିକା ମନା କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କୁ ଦେଇଥିବା ପ୍ରତିଶୃତି ଫେରାଇନେଇଛନ୍ତି । ରୁଷ ବିରୋଧ ଯୁଦ୍ଧରେ ୟୁକ୍ରେନ ଯେଉଁ ଯୁଦ୍ଧ ବିମାନର ସହାୟତା ଲୋଡିଛି, ଆମେରିକା ତାହା ଦେବନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କହିଛନ୍ତି ବାଇଡେନ ।

ଗତ ସପ୍ତାହରେ ଆମେରିକା ଓ ଜର୍ମାନୀ ପକ୍ଷରୁ ରୁଷ ସେନା ବିରୁଦ୍ଧରେ ଲଢେଇ ପାଇଁ ୟୁକ୍ରେନକୁ ଟ୍ୟାଙ୍କ ଉପଲବ୍ଧ କରାଯିବ ବୋଲି ଘୋଷଣା କରାଯାଇଥିଲା କିନ୍ତୁ ଏବେ ଆମେରିକା ନିଜ ପ୍ରତିଶୃତିରୁ ଓହରି ଯାଇଛି । ଆମେରିକାର ଏହି ପଦକ୍ଷେପ ପରେ ୟୁକ୍ରେନକୁ ବଡ ଝଟକା ଲାଗିଥିବା ବେଳେ ଏହା ଏବେ ଆନ୍ତଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।