ମଂଚରେ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କୋଲୋରାଡୋରେ ବାୟୁସେନା ସମାରୋହରେ ସାର୍ଟିଫିକେଟ ପ୍ରଦାନ କରି ଫେରୁଥିବା ବେଳେ ଝୁଣ୍ଟି ପଡିଲେ ବାଇଡେନ

113

କନକ ବ୍ୟୁରୋ : ମଂଚରେ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କୋଲୋରାଡୋ ସ୍ଥିତ ବାୟୁସେନା ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେଠାରେ ମଂଚରେ ପଡିଯାଇଥିଲେ ବାଇଡେନ । ସମାରୋହରେ ସାର୍ଟିଫିକେଟ ପ୍ରଦାନ କରି ଫେରୁଥିବା ବେଳେ ଝୁଂଟି ପଡିଥିଲେ ବାଇଡେନ । ତେବେ ସିକ୍ରେଟ ସର୍ଭିସ ଏଜେଂଟ ଓ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କ ପାଖକୁ ଆସି ଉଠାଇ ଦେଇଥିଲେ । ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମଂଚ ଉପରେ ୮୦ବର୍ଷୀୟ ବାଇଡେନ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲି ପଡି ଫେରୁଥିବା ବେଳେ ଝୁଂଟି ପଡିଥିଲେ ।