୧୯ର ଫର୍ମୁଲା ଆଜିଠାରୁ ପ୍ରକାଶ କରାଯାଇ ପାରିବ ନାହିଁ । ନବୀନ ନିବାସ ଓ କଂଗ୍ରେସ ଭବନ ବାହାରେ ମଧ୍ୟ ଅନେକ ଦିଗ ଅଛି : ବିଜୟ ମହାପାତ୍ର

୧୯ର ଫର୍ମୁଲା ଆଜିଠାରୁ ପ୍ରକାଶ କରାଯାଇ ପାରିବ ନାହିଁ । ହେଲେ ଏତିକି କହିବି, କୈାଣସି ରାଜନୈତିକ ଦଳ ସହ ଆଲୋଚନା ହୋଇନାହିଁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ନିଷ୍ପତି ସାର୍ବଜନୀନ ହେବ ।

466

ବର୍ଷ ୨୦୧୮ରେ ସବୁଠାରୁ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଆଉ କନକ ନ୍ୟୁଜ କାର୍ଯ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ ବିଜୟ ମହାପାତ୍ର କହିଛନ୍ତି, ୨୦୧୯ରେ କି ଘଟଣା ଘଟିବ, ଏବେଠାରୁ କହିବା ମୁସ୍କିଲ ହେବ । ଏହି ପଦିଏ କଥା ଅନେକ କଳ୍ପନା ଜଳ୍ପନାକୁ ଖୋରାକ ଯୋଗାଇଛି । ଅର୍ଥାତ୍ ୨୦୧୯ର ସମୀକରଣ ଅନେକ ନୂଆ ଦିଗକୁ ସାମ୍ନାକୁ ଆଣିପାରେ ।

ବିଜୟ ମହାପାତ୍ର କହିଛନ୍ତି, ରାଜନୈତିକ ଜୀବନରେ ଅନେକ ଘଟଣା ଘଟେ । ଆଗାମୀ ଦିନରେ ଯେହେତୁ କିଛି ନୂଆ ଘଟିବ, ତେଣୁ ପୁରୁଣା କଥାକୁ ମନେ ରଖି କିଛି ଲାଭ ନାହିଁ । ଅତୀତ ସବୁବେଳେ ଆଇନା ଦେଖାଏ । ତାକୁ ପୁଂଜି କରି ଆଗକୁ ବଢିହୁଏନା । ଆଗକୁ ବଢିବାକୁ ହେଲେ ଆଗକୁ ଚାହିଁବାକୁ ପଡେ । ହେଲେ ଆଗକୁ କଣ ହେବାକୁ ଯାଉଛି, ତାକୁ ବିତର୍କରେ ପ୍ରକାଶ କରିହେବ ନାହିଁ ।

ବିଜେପିରୁ ଇସ୍ତଫା ଦେବା ସମୟରେ ବିଜୟ ମହାପାତ୍ର କହିଥିଲେ, ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ନିଷ୍ପତ୍ତି ନିଆଯିବ । ହେଲେ ଏହାରି ଭିତରେ ଅନେକ ସମୟ ବିତିଥିଲେ ମଧ୍ୟ ରାଜନୈତିକ ନିଷ୍ପତ୍ତିର ଦିଗ ସାମ୍ନାକୁ ଆସୁନାହିଁ । ବିଜୟ ମହାପାତ୍ର କହିଛନ୍ତି, ସମସ୍ତଙ୍କ ସହ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ । ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ନିଷ୍ପତ୍ତି କଣ ହେବ, ତାକୁ ପ୍ରକାଶ କରିହେବନି ।

BIJAYA DILLIPକନକ ନ୍ୟୁଜର କାର୍ଯ୍ୟକ୍ରମରେ ଗୋଟିଏ କଥା ବିଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି, ତାଙ୍କ ମନରେ କୈାଣସି ଦ୍ୱନ୍ଦ୍ୱ ନାହିଁ । ହେଲେ ଲୋକଙ୍କ ମନରେ ଆଉ ମିଡିଆ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି । ୧୯ର ଫର୍ମୁଲା ଆଜିଠାରୁ ପ୍ରକାଶ କରାଯାଇ ପାରିବ ନାହିଁ । ହେଲେ ଏତିକି କହିବି, କୈାଣସି ରାଜନୈତିକ ଦଳ ସହ ଆଲୋଚନା ହୋଇନାହିଁ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ନିଷ୍ପତି ସାର୍ବଜନୀନ ହେବ ।

ନବୀନ ନିବାସ, କଂଗ୍ରେସ ଭବନ ବାଦ୍ ଅନ୍ୟ ଦିଗ ମଧ୍ୟ ରହିଛି, ହେଲେ ମିଡିଆର ନଜର ଏହି ଦୁଇ ସ୍ଥାନରୁ ଅନ୍ୟ କୈାଣସି ଦିଗକୁ ଯାଉନାହିଁ । କୈାଣସି ତୃତୀୟ ରାସ୍ତାରେ ବିଜୟ ମହାପାତ୍ର ଆଗେଇ ପାରନ୍ତି କି ପ୍ରଶ୍ନରେ ଏକଥା ସ୍ପଷ୍ଟ କରିଥିଲେ ଏହି ବରିଷ୍ଠ ରାଜନେତା ।

bijay mohapatra

ଯେତେବେଳେ ନିଷ୍ପତ୍ତି ନିଆଯିବ, ସେତେବେଳେ ସମସ୍ତେ ଜାଣିବେ । ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କେଉଁ ଆଡକୁ ଯିବେ, ଏବେ ତାକୁ ନେଇ ଅନେକ ସମୀକ୍ଷା ଓ ଚର୍ଚ୍ଚା ଚାଲିଛି ।