କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ । ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇଛି । ମାତ୍ର କିଛି ଘଂଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇ ପଡିଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଛି । ସେହିପରି କଟକ ସହରରେ ବି ସ୍ଥିତି ସଙ୍ଗୀନ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଘର ଭିତରେ ବି ପାଣି ପଶି ଯାଇଛି । ଯାହାଫଳରେ ହନ୍ତସନ୍ତ ହୋଇଛନ୍ତି ଲୋକେ । ଅସରାଏ ବର୍ଷାରେ ଟ୍ୱିନ୍ ସିଟିରେ ଏଭଳି ସ୍ଥିତି ପାଇଁ ଡ୍ରେନେଜ୍ ବ୍ୟବସ୍ଥା କୁ ଦାୟୀ କରାଯାଉଛି । ପ୍ରଶାସନ ସଠିକ୍ ଭାବେ ଡ୍ରେନେଜ୍ ବ୍ୟବସ୍ଥା କରୁ ନଥିବାରୁ ସହରାଂଚଳରେ ବର୍ଷା ପାଇଁ ଏଭଳି ସ୍ଥିତି ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।