ଭୁବନେଶ୍ୱର : ବିରଳ ପ୍ରଜାତିର ସାପ ଉଦ୍ଧାର

305

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ବୁଦ୍ଧନଗର ଭୋଇସାହିରେ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି । ସାପଟିକୁ ଦେଖିବାକୁ ଆଖପାଖରେ ପ୍ରବଳ ଭିଡ ଜମିଥିଲା । ସାପଟିକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଉଦ୍ଦାର କରିଥିଲେ । ସାପଟିର ନାଁ ହେଉଛି ବ୍ରୋଂଜ ବ୍ୟାକ ସ୍ନେକ ଏବଂ ଭୁବନେଶ୍ୱରରେ ଏହି ସାପ ଦେଖିବା ପ୍ରଥମ ବୋଲି ଶୁଭେନ୍ଦୁ କହିଥିଲେ । ତେବେ ସାପଟି ବାହାରୁ ଆସୁଥିବା କଦଳି ଗାଡି ସହ ଆସିଥାଇ ପାରେ ବୋଲି ବସ୍ତି ଲୋକଙ୍କ ପକ୍ଷରୁ ସଂଦେହ କରାଯାଉଛି ।