ଶେଷ ପର୍ଯ୍ୟାୟରେ ରୁକୁଣା ରଥ ନିର୍ମାଣ : ଆଜି ସପ୍ତମୀରେ ଅନୁଷ୍ଠିତ ହେବ ଧ୍ୱଜା ବନ୍ଧା ନୀତି

108

କନକ ବ୍ୟୁରୋ : ଦିନକ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା । ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଆଜି ସପ୍ତମୀ ତିଥି । ରୁକୁଣା ରଥର ନେତ ଅର୍ଥାତ ଧ୍ୱଜା ବନ୍ଧା ଯିବ । ସେହିପରି ରଥ ପ୍ରତିଷ୍ଠା କରାଯିବ । ସପ୍ତମୀ ତିଥିରେ କେଦାର ଗୌରୀ ନିକଟ ମରୀଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହେବା ପରେ ନେତ ବନ୍ଧାଯିବ । ଆଜି ରଥରେ ଭାରି ପଟା ଲଗାଯିବା ସହ ଦୁଆର ଆଡା ଲଗାଯାଇଛି । ସେହିପରି ସାଇଡ ପଟା, ବେଦୀ ପଟା, ଧ୍ୱଜ ବନ୍ଧା, ଘଂଟି ଓରା, ଦୁଇ ଦୁଆର ଆଡାରେ ୨ଟି ଓଁ ଆକାରରେ ଚିହ୍ନ ଲଗାଯିବ ।

ସେହିପରି କରୋନା କଟକଣା ଯୋଗୁଁ ଚଳିତବର୍ଷ ଲିଙ୍ଗରାଜ ମହୋତ୍ସବ ହେବନାହିଁ । ଏନେଇ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ପ୍ରତିବର୍ଷ ରୁକୁଣା ରଥଯାତ୍ରା ସମୟରେ ୬ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ ହେଲେ ଚଳିତ ଥର କୋଭିଡ ନିୟମ ନେଇ କଟକଣା ଲଗାଯାଇଛି । ସେପଟେ ରଥଯାତ୍ରା ପୂର୍ବ ରାତିରେ ମୁକ୍ତେଶ୍ୱର ମନ୍ଦିରପରିସରରେ ଥିବା ମରୀଚିକୁଣ୍ଡ ପାଣି ଅଣାଯାଇ ରଥ ପ୍ରତିଷ୍ଠା କରାଯାଏ । ପରେ ଏହି ଏହି ମରୀଚିକୁଣ୍ଡ ପାଣିକୁ ନିଲାମ କରାଯାଏ । ହେଲେ ଚଳିତ ଥର କୋଭିଡ କଟକଣା ପାଇଁ ଏହି ନିଲାମକୁ ବନ୍ଦ କରାଯାଇଛି ।