ଭୁବନେଶ୍ୱର କାନନବିହାରରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ! ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

18

କନକ ବ୍ୟୁରୋ : ଭୁବନେଶ୍ୱର କାନନବିହାରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ପଟିଆ କାନନବିହାର ଅଂଚଳର ଏକ ଭଡାଘରୁ ଯୁବତୀଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ପୂର୍ବରୁ କଳିଙ୍ଗ ହସ୍ପିଟାଲରେ କାମ କରୁଥିଲେ ବୋଲି ଜଣା ପଡିଛି । ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚି ଛାନଭିନ ଆରମ୍ଭ କରିଛି ।