ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରୁ ଘୋଡ଼ା ସ୍ଥାନାନ୍ତରଣକୁ ନେଇ ତିବ୍ର ହେଲା ବିରୋଧ : ଲଗାତର ଦ୍ୱିତୀୟ ଦିନରେ ସୁର ରାଉତରାୟଙ୍କ ପ୍ରତିବାଦ

312

କନକ ବ୍ୟୁରୋ : ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଂଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତର ନେଇ ବଢୁଛି ବିବାଦ । ଆଜି ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି । ଗତକାଲି ବି ସେ ମାଷ୍ଟରକ୍ୟାଂଟିନ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଥିଲେ । ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଥିଲା ।

କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି ।