ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା : ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ; କହିଲେ, ମୃତ ପ୍ରିୟଙ୍କାଙ୍କ ସହ ଜଗନ୍ନାଥଙ୍କ ଥିଲା ପ୍ରେମ ସଂପର୍କ

600

କନକ ବ୍ୟୁରୋ : ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା । ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ । ସେ କହିଛନ୍ତି ପୁଅ ଜଗନ୍ନାଥର ପ୍ରିୟଙ୍କା ସହ ପ୍ରେମ ସଂପର୍କ ଥିଲା । ପ୍ରିୟଙ୍କା ହତ୍ୟା ଘଟଣା ନେଇ ମୁହଁ ଖୋଲିବା ସହ ସେ କହିଛନ୍ତି ଯେ ପ୍ରିୟଙ୍କା ବିବାହ କରିବା ପରେ ଜଗନ୍ନାଥ କୌଣସି ସମ୍ପର୍କ ରଖିନଥିଲେ । ବିବାହ ପରେ ପ୍ରିୟଙ୍କାଙ୍କ ପୁଅ ହେବା ପରେ ପୁଣି ଥରେ ଜଗନ୍ନାଥଙ୍କ ସହ ଯୋଗାଯୋଗ କରିଥିଲେ ।

କିଛି ଦିନର ବ୍ୟବଧାନ ପରେ ଏଥର ଲକଡାଉନରେ ପୁଣି ଦୁହେଁ ପରସ୍ପର ନିକଟତର ହୋଇଥିଲେ । ପ୍ରିୟଙ୍କା ତାଙ୍କ ଆଡୁ ଫୋନ କରିବା ପରେ ଉଭୟଙ୍କ ଭିତରେ ସଂପର୍କ ନିବିଡ ହୋଇଥିଲା । ତେବେ କାହିଁକି ସଂପର୍କରେ ତିକ୍ତତା ଆସିଲା ଓ ଜଗନ୍ନାଥ ଏହି ସଂପର୍କକୁ କେଉଁ ପର୍ଯ୍ୟାୟକୁ ନେବାକୁ ଚାହୁଁଥିଲା ସେ ସଂପର୍କରେ ଜାଣିନଥିବା କହିଛନ୍ତି ଜଗନ୍ନାଥଙ୍କ ମାଆ ସାବିତ୍ରୀ ପ୍ରଧାନ । ସେପଟେ, ମୃତ ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥ ଭିତରେ ଗତ ଦଶ ବର୍ଷ ଧରି ପରିଚୟ ନେଇ ଚର୍ଚ୍ଚା ଜୋର ଧରିଛି ।