ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଥମୁନି ଉତ୍ତେଜନା ! ବିଏଚୟୁ ଗେଟ୍ ବାହାରେ ଶହ ଶହ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

27

କନକ ବ୍ୟୁରୋ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଥମୁନି ଉତ୍ତେଜନା । ବିଏଚୟୁ ଗେଟ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ । ସେପଟେ ହିଂସାକାଣ୍ଡ ଅଭିଯୋଗରେ ୧୨ ଶହ ଅଜ୍ଞାତ ଛାତ୍ରଛାତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ ।

ଏହା ସହ ବିଏଚୟୁ କ୍ୟାମ୍ପସରେ ଲାଠି ଚାର୍ଜ ମାମଲାରେ ପ୍ରାଥମିକ ତଦନ୍ତ ପରେ ଲଙ୍କା ଥାନାର ଇନଚାର୍ଜ, ଭେଲୁପୁର ସିଓ ଏବଂ ଜଣେ ଅତିରିକ୍ତ ସିଟି ମାଜିଷ୍ଟ୍ରେଟଙ୍କୁ ନିଲମ୍ବନ କରିଦିଆଯାଇଛି । ଏହା ସହ ବିଏଚୟୁରେ ଉତ୍ତେଜନାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସ ଓ ବାମ ଦଳ ଗୁଡିକ ସହ ବିଭିନ୍ନ ଛାତ୍ର ସଂଗଠନ ଦିଲ୍ଲୀରେ ବିକ୍ଷୋଭ ପାଇଁ ଆହ୍ୱାନ ଦେଇଛନ୍ତି ।