କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଛି ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ ରୁହେ । ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିଥାଏ । ତେବେ କୁମ୍ଭୀର ପ୍ରଜନନ ସମୟ ଶେଷ ହେବା ପରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ।
ଏବେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ । ଏବେ ଭିତରକନିକାରେ ପର୍ଯ୍ୟଟକ ମାନେ ବଉଳା କୁମ୍ଭୀର ସହ ଦେଶ ଓ ବିଦେଶୀ ପକ୍ଷୀ, ହରିଣ, ବାରହା ଦେଖିପାରିବେ । ସେହିଭଳି ମ୍ୟୁଜିୟମ ସହ ବନବିଭାଗ ପକ୍ଷରୁ ନିର୍ମିତ ଦେଶର ପ୍ରଥମ ମ୍ୟାନଗ୍ରୁଭ ମେଟା ନର୍ସରୀ, କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ସହିଦ ସ୍ତମ୍ଭ ମଧ୍ୟ ଦେଖିପାରିବେ । ଚଳିତଥର ଭିତରକନିକାକୁ ସମ୍ପୂର୍ଣ୍ଣ ପଲିଥିନମୁକ୍ତ କରାଯାଇଛି । ତେଣୁ ପର୍ଯ୍ୟଟକ ମାନେ ଭିତରକନିକା ପରିସରକୁ ପ୍ଲାଷ୍ଟିକ ଓ ପଲିଥିନ୍ ନ ଆଣିବାକୁ ଅନୁରୋଧ କରିଛି ବନବିଭାଗ । ସେହିଭଳି ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।
Follow Us