ଭିତରକନିକାର ଆସିଲା ଭଲ ଖବର : ପ୍ରଥମ ଥର ପାଇଁ ଏକକାଳୀନ ଦେଖିବାକୁ ମିଳିଲା ୩ ଶହ ଡଲଫିନ

୫ ପ୍ରଜାତିର ଡଲଫିନ ଚିହ୍ନଟ

137

କନକ ବ୍ୟୁରୋ : ଭିତରକନିକାରେ ଦେଖିବାକୁ ମିଳିଛି ୫ପ୍ରକାରର ଡ଼ଲଫିନ୍ । ଭିତରକନିକା ଓ ରାଜନଗର ଅଂଚଳରେ ପ୍ରବାହିତ ନଦୀ ଓ ବଙ୍ଗୋପସାଗରରେ ଏହି ୫ ପ୍ରଜାତିର ଡ଼ଲଫିନ୍କୁ ଦେଖିବାକୁ ମିଳିଛି । ପୂର୍ବରୁ ଦେଢଶହରୁ ୨ଶହ ଡ଼ଲଫିନ୍ ଦେଖିବାକୁ ମିଳୁଥିବା ବେଳେ ଏଥରକ ୩ଶହ ଡ଼ଲଫିନ୍ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ଏହି ଡ଼ଲଫିନ ମାନଙ୍କ ଜଳକ୍ରିଡ଼ା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଡ଼ଲଫିନ୍ ଗଣନା ପାଇଁ ତାରିଖ ସ୍ଥିର କରାଯାଇଥିଲା । ମାତ୍ର ପାଗ ଖରାପ ଯୋଗୁଁ ଏହାକୁ ବାତିଲ କରାଯାଇ ଫେବୃଆରୀ ୫ ଓ ଫେବୃଆରୀ ୧୨ ତାରିଖରେ ଡ଼ଲଫିନ ଗଣନା ପାଇଁ ସ୍ଥିର କରାଯାଇଛି । ଫେବୃଆରୀ ୫ ତାରିଖରେ ହବାଳିଖଟି ନିକଟରେ ଏକକାଳିନ ୩ଶହ ଡ଼ଲଫିନ୍ ଚିହ୍ନଟ କରାଯାଇଛି ।