୧୦ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ

91

କନକ ବ୍ୟୁରୋ: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କରାଯିବ କୁମ୍ଭୀର ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀରମାନଙ୍କ ଗଣନା କରାଯିବ।  ଏହି କାରଣରୁ ୧୦ଦିନ ଧରି ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଜାନୁଆରି ୧୨ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ସୂଚନାଯୋଗ୍ୟ ଯେ, ଭିତରକନିକାରେ ଜାନୁଆରି ୨୦୨୧ରେ ହୋଇଥିବା ଗଣନା ଅନୁସାରେ ୧୭୬୮ ବଉଳା କୁମ୍ଭୀର ଅଛନ୍ତି।