ଆଜିଠୁ ମଞ୍ଜରୀରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’  

217

କନକ ବ୍ୟୁରୋ : ଆଜି ଠାରୁ ଅପରାହ୍ନ ୩ ଟା ଓ ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’ର ପ୍ରଥମ ଅଧ୍ୟାୟ । ମଞ୍ଜରୀର ଏହି ନୂଆ ରିଅଲିଟି ଶୋ’ର ପ୍ରଥମ ଅଧ୍ୟାୟରେ ଭାଗନେଇଛନ୍ତି ଓଡିଆ ଗଣମାଧ୍ୟମର ପରିଚିତ ଉପସ୍ଥାପିକା ସୌମ୍ୟା ତ୍ରିପାଠୀ, ନିଳିମା ପ୍ରିୟଦର୍ଶିନୀ, ସୃତିଲଗ୍ନା ଓ ବିଜୟଲକ୍ଷ୍ମୀ ।

ଖଟି ବା କିଟ୍ଟୀ ପାର୍ଟିକୁ ଆଧାର କରି ଓଡିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀ ମାନଙ୍କର, ନାରୀମାନଙ୍କ ପାଇଁ ଏବଂ ନାରୀମାନଙ୍କ ଦ୍ୱାରା ଏହି ନୂଆ ମଜାଦାର ଶୋ’ ‘ଭାଉଜ ନମସ୍କାର’ । ଯେଉଁଥିରେ ଆପଣ ଡ୍ରାମା ସହିତ ଅନେକ ଗୁଡିଏ ରିଆଲିଟି ଗେମ୍ର ମଜା ନେଇ ପାରିବେ ।

ନଣନ୍ଦ ଭାଉଜଙ୍କ ଏହି ଖଟିରେ ନା କେବଳ ଭାଉଜମାନେ ଖେଳକୁ ଉପଭୋଗ କରିବେ ତାହା ନୁହେଁ ଏଥିରେ ବିଜେତା ଆକର୍ଷଣୀୟ ଉପହାର ମଧ୍ୟ ପାଇବେ । ଚାରୋଟି ପର୍ଯ୍ୟାୟରେ ବିଜେତାମାନଙ୍କ ପାଇଁ ରହିଛି ମିକ୍ସଚର ଗ୍ରାଉଣ୍ଡର, ସାଣ୍ଡୱିଚ ମେକର, ହ୍ୟାଣ୍ଡ ବ୍ଲେଣ୍ଡର, ଡିନରସେଟ ଭଳି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ । ଏହା ସହିତ ବିଜେତାଙ୍କୁ ୧୦ ହଜାର ଟଙ୍କାର ଗୋଲ୍ଡ ଭାଉଚର ଏବଂ ରନର୍ସଅପଙ୍କୁ ୫୦୦୦ ହଜାର ଟଙ୍କାର ଗୋଲ୍ଡ ଭାଉଚର ।

କେବଳ ଏତିକି ନୁହେଁ କୌଣସି ଅଧ୍ୟାୟରେ ଯଦି ଜଣେ ୪ଟି ଯାକ ପର୍ଯ୍ୟାୟରେ ବିଜେତା ହୁଅନ୍ତି ତେବେ ତାଙ୍କ ପାଇଁ ରହିଛି ଏକ ସୁପର ବମ୍ଫର ପ୍ରାଇଜ୍ । ଯେଉଁଥିରେ ରହିଛି ଲକ୍ଷାଧିକ ମୂଲ୍ୟର ସୁନା ହାର ଏବଂ କାନ ଫୁଲ ସେଟ୍ । ଏହି ଶୋ’ରେ ଦିଆଯାଉଥିବା ପୁରସ୍କାର ଏବଂ ସୁପର ବମ୍ଭର ପୁରସ୍କାରର ପ୍ରାୟୋଜକ ହେଉଛନ୍ତି ଲାଲ୍ଚାନ୍ଦ ଜୁଏଲର୍ସ ।

ପ୍ରତ୍ୟେକ ଅଧ୍ୟାୟ ଶେଷରେ ଦର୍ଶକଙ୍କ ପାଇଁ ମଧ୍ୟ ରହିଛି ୫ ହଜାର ଗୋଲ୍ଡ ଭାଉଚର । ଏଥିରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଲକି ଡ୍ର ମାଧ୍ୟମରେ ଜଣେ ଏହି ପରୁସ୍କାର ଜିତିପାରିବ ।

ଆପଣ ଚାହିଁଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜା-ମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ । ୮୦୯୩୦୨୬୬୯୭ ନମ୍ବରରେ ହ୍ୱାଟସ୍ ଆପ୍ କରି ଆପଣ ଏହି ରିୟଲିଟି ଗେମ୍ ଶୋ’ରେ ଭାଗ ନେଇପାରିବେ । ନାରୀ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଏବଂ ଅବିବାହିତ ନାରୀ ଭାଗ ନେଇ ପାରିବେ ।