ଦୁବାଇରେ ଭାରତ ମସଲାକୁ ମିଳିଲା ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ

63

ପୂର୍ବ ଭାରତରେ କ୍ରାଓଜେନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ‘ଭାରତ ମସଲାକୁ ଦୁବାଇରେ ମିଳିଛି ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ ୨୦୨୨। ଦୁବାଇ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଜୟ ଭାରତ ସ୍କାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ (ଭାରତ ମସଲା)ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍‌ସର ଗୁଡ୍‌ଉଇଲ ଆମ୍ବାସଡର ସଭାନେତ୍ରୀ ଓମେନ ଆଣ୍ଡ ୟୁଥ ଏମ୍‌ପାୱାରମେଣ୍ଟ ଆସୋସିଏସନ ତଥା ହେଡ୍ ଅଫ ପ୍ରୋଟୋକଲ ଆଣ୍ଡ ଡିପ୍ଲୋମାସି ଏଏସିଆଇଡି ଲିଲା ରେହାଲ ଏଇ ଆଫାନି ଏହି ସମ୍ମାନ ପ୍ରଦାନ କରିଛନ୍ତି।

ହିନ୍ଦୀ ସମ୍ବାଦପତ୍ର ଦୈନିକ ଜାଗରଣ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡିଶାରୁ ଜନ୍ମ ନେଇଥିବା ଏହି ମସଲା ଉତ୍ପାଦକାରୀ ସଂସ୍ଥା ନିଜର ବ୍ୟବସାୟକୁ କିଭଳି ବିଶ୍ୱରେ ପହଞ୍ଚାଇବା ସହ ୟୁନାଇଟେଡ୍ ଆରବ ଏମିରେଟର କୁଏତ୍, ବାହାରିନ, କାତାର, ସାଉଦିଆରବ ଓ ଓମାନ ଭଳି ରାଜ୍ୟକୁ ସ୍ଵତନ୍ତ୍ର ଭାବେ ରପ୍ତାନୀ କରିବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନବସମ୍ବଳ ଓ ଶ୍ରମ ମନ୍ତ୍ରୀ ଅବଦଲା ମନମୁଦ, ସଫିର କର୍ପୋରେଟ୍ ସର୍ଭିସର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବଦୁଲାଜିଜ୍ ଅହମ୍ମଦ କହିଥିଲେ। ସମ୍ମାନ ଗ୍ରହଣ ଅବସରରେ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଅଗଣିତ ଗ୍ରାହକ ମାନଙ୍କୁ ସ୍ଵାସ୍ଥ୍ୟକର ଓ ଉତ୍ତମ ମାନର ସାମଗ୍ରୀ ଦେବା ପାଇଁ କଂପାନି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଦୈନିକ ଜାଗରଣର ନିର୍ଦ୍ଦେଶକ ଶୈଳେସ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଭାଗ ନେଇଥିଲେ। ଏହି ଉତ୍ସବରେ ଯୋଗ ଦେବା ଅବସରରେ ଶ୍ରୀ ପଣ୍ଡା କୁଏତ୍, ବାହାରିନ, କାତାର, ଓମାନର ଇମ୍ପୋର୍ଟର ଉମର ସଜିନଙ୍କ ସହ ବ୍ୟବସାୟିକ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଭାରତ ମସଲାର ଏକ୍ସପୋର୍ଟ ମ୍ୟାନେଜର ରଶ୍ମିରଞ୍ଜନ ପରିଡା ଉପସ୍ଥିତ ଥିଲେ।