କ୍ଲିନିକାଲ ଟ୍ରାଏଲରେ କୋଭାକ୍ସିନର ବିଫଳତା, ବ୍ରାଜିଲ ବାତିଲ କଲା ଭାରତ ବାୟୋଟେକ ସହିତ କରିଥିବା ଚୁକ୍ତି

174

କନକ ବ୍ୟୁରୋ : ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତି ବାତିଲ କରିଛି । ହାଇଦ୍ରାବଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା । ହେଲେ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ କମ୍ପାନୀ ସହିତ ବ୍ରାଜିଲ ସରକାର କରିଥିବା ଚୁକ୍ତି ବାତିଲ କରିଦେଇଛନ୍ତି ।

ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି କି, ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । କହିରଖୁ କି ବ୍ରାଜିଲର ଔଷଧ ନିର୍ମାତା କମ୍ପାନୀ ପ୍ରେସୀସା ମେଡିଫାର୍ମାଟସ ଓ ଏନବିକ୍ସିୟା ଫର୍ମାସ୍ୟୁଟିକାଲ ଲିମିଟେଡ ସହିତ ଭାରତ ବାୟୋଟେକର ଚୁକ୍ତି ହୋଇଥିଲା । ନିୟାମକ ଦାଖଲ, ଲାଇସେନ୍ସ, ବିତରଣ, ବୀମା ଏବଂ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଆଚରଣ ସହମତ ନହେବା ଏବଂ କ୍ଲିନିକାଲ୍ ପରୀକ୍ଷଣ ଅଟକି ଯିବା ପରେ ଚୁକ୍ତିନାମା ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୁକ୍ତି ବାତିଲ ହେବା ପରେ ଭାୟତ ବାୟୋଟେକ କହିଛି କି କମ୍ପାନୀ ବ୍ରାଜିଲ ଠାରୁ କିଛି ବି ଅର୍ଥ ଅଗ୍ରୀମ ଆଣି ନାହିଁ ଏବଂ ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୌଣସି ଟିକା ଯୋଗାଇ ନାହିଁ । ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି କି, ବ୍ରାଜିଲ ବିଶ୍ୱ ସ୍ତରୀୟ କାରବାର ଓ ଆଇନ ଅନୁଯାୟୀ ବ୍ରାଜିଲ ସହିତ ଚୁକ୍ତିନାମା କରିଥିଲା । ସମାନ ନିୟମ ଅନୁସରଣ କରି ବ୍ରାଜିଲ ବି ଭାରତ ବାୟୋଟେକ ସହିତ ଚୁକ୍ତି କରିଥିବା କମ୍ପାନୀ କହିଛି ।