ଭାରତ ବାୟୋଟେକର ଇଂଟ୍ରାନାଜାଲ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି । ୯ଟି ଭିନ୍ନ ଭିନ୍ନ ସ୍ଥାନରେ ହେବ ଟ୍ରାଏଲ

153

କନକ ବ୍ୟୁରୋ : ଭାରତରେ ଭାରତ ବାୟୋଟେକର ଇଂଟ୍ରାନାଜାଲ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିଜିଆଇ । ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଏହାର ଟ୍ରାଏଲ କରାଯିବ । କୋଭାକ୍ସିନ ଓ କୋଭିସିଲ୍ଡର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ଇଂଟ୍ରାନାଜାଲ ବୁଷ୍ଟର ଡୋଜ ନେଇପାରିବେ । ୫ହଜାର ଲୋକଙ୍କ ଠାରେ ଏହି ଇଂଟ୍ରାନାଜାଲ ବୁଷ୍ଟର ଡୋଜ ଟ୍ରାଏଲ କରିବା ପାଇଁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଥିବା ସୂଚନା ମିଳିଛି ।
ତେବେ କୋଭାକ୍ସିନ ନେଇଥିବା ଅଢେଇ ହଜାର ବ୍ୟକ୍ତି ଓ କୋଭିସିଲ୍ଡ ଟିକା ନେଇଥିବା ଅଢେଇ ହଜାର ବ୍ୟକ୍ତିଙ୍କ ଠାରେ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ବୁଷ୍ଟର ଡୋଜ୍ ନେବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଭାରତ ବାୟୋଟେକର ଇଂଟ୍ରାନାଜାଲ ବୁଷ୍ଟର ଡୋଜର ସଫଳ ପରୀକ୍ଷଣ ହେଲେ ଏହା କରୋନା ମୁକାବିଲାରେ ଆହୁରି ସହାୟକ ହେବ ବୋଲି ଆଶା କରାଯାଉଛି