କନକ ବ୍ୟୁରୋ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ କଳରାଜ ମିଶ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଜନଲାଲ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ମଧ୍ୟ ଶପଥଗ୍ରହଣ କରିଛନ୍ତି ।
#WATCH | BJP leader Bhajanlal Sharma takes oath as the Chief Minister of Rajasthan, in the presence of PM Modi and Union Home Minister Amit Shah and other senior leaders, in Jaipur pic.twitter.com/XikKYL7T3w
— ANI (@ANI) December 15, 2023
ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଆଜି ଭଜନଲାଲଙ୍କର ଜନ୍ମଦିନ । ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ । ରାଜସ୍ଥାନରେ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକତି କରିଥିଲା । କାରଣ ରେସରେ ବସୁନ୍ଧରା ରାଜେ ଥିଲେ ମଧ୍ୟ ତାଙ୍କୁ ପଛରେ ପକାଇ ପ୍ରଥମଥର ବିଧାୟକ ହୋଇଥିବା ଭଜନଲାଲଙ୍କ ଉପରେ ଭରସା କରିଥିଲେ ବିଜେପିର ଶୀର୍ଷ ନେତୃତ୍ୱ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/GBX2dKZbMAAzK4j.jpg)