ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ : ଯାଜପୁର ଜାରକା ନିକଟରେ ବିଧାୟକଙ୍କ କାର ଓ ଟ୍ରକ ମଧ୍ୟରେ ଧକ୍କା; କାର ଭାଙ୍ଗି ଚୁରମାର

139

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱରରୁ ଭଦ୍ରକ ଯିବା ବାଟରେ ଯାଜପୁର ଜିଲ୍କା ଜାରକା ନିକଟରେ ଏକ ଟ୍ରକ ସହ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଜାରକା ଛକ ନିକଟରେ ଦୁର୍ଘଟଣା ହେବା ପରେ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିବା ଜଣା ପଡ଼ିଛି । ଗାଡିର ଡ୍ରାଇଭର ଓ ବିଧାୟକଙ୍କ ସହଯୋଗୀ ମଧ୍ୟ ସୁରକ୍ଷିତ ଅଛନ୍ତି ।