ଚୋର ଧରିବା ପାଇଁ ଭଦ୍ରକରେ ବୁଲିଲା ଅନ୍ଧବିଶ୍ୱାସର ଖଟ । ପୂଜାପାଠ ପରେ ଗାଁ ଦାଣ୍ଡରେ ଖଟ ବୁଲାଇ ଚୋର ଧରିବାକୁ ହେଲା ପ୍ରାଣ ମୁର୍ଚ୍ଛା ଉଦ୍ୟମ

398

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରୁ ଆସିଛି ଅନ୍ଧବିଶ୍ୱାସର ଏକ ସାଂଘାତିକ୍ ଚିତ୍ର । ଚୋର ଧରିବା ପାଇଁ ପୁଣି ବୁଲିଛି ଅନ୍ଧବିଶ୍ୱାସର ଖଟ । ପୂଜାପାଠ କରିବା ପରେ ସ୍ଥାନୀୟ ଲୋକମାନେ ଖଟ ବୁଲାଇ ଚୋର ଧରିବାକୁ ଉଦ୍ୟମ କରିଛନ୍ତି । ଗତ ୧୬ ତାରିଖରେ ଗଙ୍ଗାଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରରୁ ଲାଇଟ୍, ମାଇକ୍, ସାଉଣ୍ଡ ବକ୍ସ, ଚୋରି ହୋଇଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୪ଲକ୍ଷ ହେବ ବୋଲି କୁହାଯାଉଛି । ଏନେଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ୍ ଚୋରକୁ ଧରିବାକୁ ବିଫଳ ହେବା ପରେ ଶେଷରେ ଗୁଣିଆ ସହାୟାତେର ଚୋରକୁ ଧରିବା ବାଟ ବାଛିନେଇଥିଲେ ଗାଁ ଲୋକ ।

ଏଥିପାଇଁ ସେମାନେ କେନ୍ଦୁଝର ଜିଲ୍ଲା ଶାଳବଣୀ ଅଂଚଳରୁ ଜଣେ ବାବାଙ୍କୁ ଯୋଗାଯୋଗ କରିଥିଲେ । ବଡ଼ କଥା ହେଉଛି ବାବା ଜଣକ ଗାଁକୁ ଆସିନଥିଲେ, ବରଂ ମୋବାଇଲରେ ନିର୍ଦ୍ଦେଶ ଦେଇଥିଲେ କେମିତି ଖଟ ବୁଲାଯିବ । ଆଉ ଶେଷରେ ୪ ଘଂଟା ଧରି ଗାଁରେ ଏମିତି ଖଟ ବୁଲାଯାଇଥିଲା । ବାରମ୍ବାର ଏଭଳି ଖବର ସାମ୍ନାକୁ ଆସୁଥିଲେ ବି ଲୋକଙ୍କ ମନୋଭାବରେ ପରିବର୍ତନ ହେଉନି । ଯାହା ଫଳରେ ଅନେକ ସମୟରେ ବିନା ଦୋଷରେ କେହି ନା କେହି ଏହାର ଶିକାର ହେଉଛନ୍ତି ।