ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା

ଷ୍ଟାଣ୍ଡପୋଷ୍ଟ ବସିଛି ଓ ପାଣିଟାଙ୍କି ନିର୍ମାଣ ହୋଇଛି । ହେଲେ ୭ ବର୍ଷ ହେଲା ଗାଁକୁ ଆସୁନି ପାଇପ ପାଣି, ଗରା, ବାଲିତି ଧରି ରାଜରାସ୍ତାରେ ମହିଳା

କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ଗରା ବାଲତି ଧରି ରାଜରାସ୍ତାରେ ଶତାଧିକ ମହିଳା । ଗଂଜାମ ପୋଲସରା ବ୍ଲକ ଭାବରଡ଼ା ଗାଁରେ ୭ ବର୍ଷ ହେଲା ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଷ୍ଟାଣ୍ଡପୋଷ୍ଟ ଓ ପାଣିଟାଙ୍କି ନିର୍ମାଣ କରାଯାଇଛି ହେଲେ ଗାଁକୁ ଜଳଯୋଗାଣ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ପଂଚାୟତ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ଭାବରଡ଼ା ଗାଁର ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାଣି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ । ରାସ୍ତାରୋକ୍ ଯୋଗୁଁ ଯାତ୍ରୀବାହୀ ବସ ଓ ଯାନବାହାନ ଅଟକି ରହିଛି । ପୋଲସରା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe