ଯୋଜନା ରହିଯାଇଛି ଯୋଜନାରେ ! ଏଠାରେ ଚାରି ଦିନରେ ଥରେ ଲୋକଙ୍କୁ ମିଳେ ପିଇବା ପାଣି ।

ଏଠାକାର ଲୋକଙ୍କୁ ପ୍ରତି ଚାରିଦିନରେ ଥରେ ପାଣି ମିଳିପାରିଥାଏ ।

71

ଜଳ ହିଁ ଜୀବନ ! ପ୍ରତ୍ୟେକଟି ଜୀବ ପାଣି ଉପରେ ନିର୍ଭରଶିଳ । ପଶୁ ହେଉ ଅବା ମନୁଷ୍ୟ ପାଣି ବିନା କେହି ଜୀବିତ ରହିପାରିବେ ନାହିଁ, ଏପରିକି ବୃକ୍ଷ ଲତା ମଧ୍ୟ ପାଣି ବିନା ବଞ୍ଚିପାରିବେ ନାହିଁ । ସାଧାରଣତଃ ଜଣେ ମଣିଷକୁ ପ୍ରତିଦିନ ୬୦ରୁ ଅଧିକ ଲିଟର ପାଣି ଆବଶ୍ୟକତା ଥାଏ । କିନ୍ତୁ ପିଥୋରାଗଡର ବେରିନାଗ କସ୍ୱେର ପରିସ୍ଥିତି ଜାଣିଲେ ଆପଣମାନେ ସ୍ତବ୍ଦ ହୋଇଯିବେ । ଏଠାକାର ଲୋକଙ୍କୁ ପ୍ରତି ଚାରିଦିନରେ ଥରେ ପାଣି ମିଳିପାରିଥାଏ ।

ସୂଚନା ଅନୁଯାୟୀ, ବେରିନାଗ ନଗରକୁ ପାଣି ଯୋଗାଇ ଦେବା ପାଇଁ ପୂର୍ବରୁ ଅନେକ ଯୋଜନା ମାନ ଆରମ୍ଭ କରାଯାଇଛି । କିନ୍ତୁ ଟଙ୍କା ଅଭାବରୁ ସବୁ ଯୋଜନା ଯୋଜନାରେ ରହିଯାଇଛି । ବର୍ତମାନ ଏହି ଅଞ୍ଚଳର ଲୋକମାନେ ପାନିୟ ଜଳ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଏହି ନଗରକୁ ଚାରିଭାଗରେ ବିଭକ୍ତ କରାଯାଇଛି । ପ୍ରତିଦିନ ଗୋଟେ ଭାଗରେ ପାଣି ପହଞ୍ଚୁଥିବା ବେଳେ ଆଉ ତିନିଭାଗରେ ବଣ୍ଟା ହୋଇଥିବା ଲୋକେ ଶୋଷରେ ରହୁଛନ୍ତି । ଗୋଟେ ଦିନରେ ଯେତିକି ପାଣି ମିଳୁଛି ସେହି ପାଣିକୁ ଚାରିଦିନ ବ୍ୟବହାର କରିବାକୁ ପଡୁଛି ।

ତେବେ ପୂର୍ବରୁ ଯେଉଁ ଯୋଜନା ଗୁଡିକ ବଜେଟ ଅଭାବରୁ ପଡି ରହିଛି ସେଗୁଡିକରେ ଏବେ ଆଉ ୧୦ ପ୍ରତିସତ କାମ ବାକି ରହିଛି । ଯଦି ସରକାର ଅଧାରେ ପଡିରହିଥିବା କାମକୁ ପୁରା କରିବାରେ ସଫଳ ହୁଅନ୍ତେ ତେବେ ଏଠାକାର ଲୋକମାନେ ପ୍ରତିଦିନ ପାଣି ପାଇବା ସହ ପୂର୍ବଭଳି ଏକ ସାଧାରଣ ଜୀବନଯାପନ କରିପାରନ୍ତେ ।