ବ୍ରହ୍ମପୁର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ: କହିଲେ, ଦିଆଯାଉଥିଲା ନିର୍ଯାତନା

175

କନକ ବ୍ୟୁରୋ: ବ୍ରହ୍ମପୁର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ସାରା ରାଜ୍ୟକୁ ଲଜ୍ଜିତ କରିଛି । ଏହି ରାଗିଂ ଘଟଣା ମନରୁ ଲିଭିନଥିବା ବେଳେ ଏବେ ବ୍ରହ୍ମପୁରରୁ ଆସିଲା ଆଉଏକ ସାଂଘାତିକ ଅଭିଯୋଗ । ଗତ ୧୩ ତାରିଖରେ ବୈଦ୍ୟନାଥପୁରର ଏକ ଘରୋଇ କଲେଜ ଛାତ୍ରୀ ଦୀପ୍ତିଲତା ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉଠୁଛି ନାନା ପ୍ରଶ୍ନ । ଦୀପ୍ତିଙ୍କ ହତ୍ୟା ପଛରେ ରାଗିଂ ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଦୀପ୍ତିଙ୍କ ମା’ଙ୍କ କହିବା ଅନୁସାରେ ତାଙ୍କ ଝିଅକୁ କଲେଜରେ କମେଂଟ ମରାଯିବା ସହ ବାରମ୍ବାର ହଇରାଣ କରାଯାଉଥିଲା । ଏପରିକି ବିଳମ୍ବିତ ରାତିରେ ଦୀପ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଧମକପୂର୍ଣ୍ଣ ମେସେଜ ପଠାଯାଉଥିଲା । ଯାହା ସ୍ପଷ୍ଟ ଭାବେ ମାନସିକ ନିର୍ଯାତନା ଓ ରାଗିଂ ବୋଲି ପ୍ରମାଣିତ କରୁଛି ବୋଲି ତାଙ୍କ ମା’ ଅଭିଯୋଗ ଆଣିଛନ୍ତି । ଘଟଣା ପରେ ଦୀପ୍ତିଙ୍କ ପରିବାର ପୋଲିସକୁ ଅଭିଯୋଗ କରିଛନ୍ତି । ତେବେ ଦୀପ୍ତିଲତାଙ୍କ ମା’ ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସିଧାସଳଖ ରାଗିଂ ଆଡ଼କୁ ଇଙ୍ଗିତ କରୁଛି । ଆଉ ବାରମ୍ବାର ତାଙ୍କୁ ହଇରାଣ କରାଯାଇଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏ ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପୂରା ମାମଲା ସାମ୍ନାକୁ ଆସିବ ବୋଲି ପୋଲିସ୍ ସୂଚନା ଦେଇଛି ।