ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର

146

କନକ ବ୍ୟୁରୋ : ଜେସିବି ଇଂଜିନ ଭିତରେ ୧୧ ଫୁଟର ଅଜଗର । ବିରାଟକାୟ ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲଫ ଲାଇନ । ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁ ନିକଟରୁ ୨ଟି ଅଜଗର ସାପକୁ ଉଦ୍ଧାର ହୋଇଛି । ନୂଆବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା ।

ନାଳ ଖୋଳିବା ସମୟରେ ଗୋଟିଏ ବଡ ପାଇପ ମଧ୍ୟରୁ ୨ଟି ଅଜଗର ସାପ ବାହାରକୁ ଆସିଥିଲେ । ତାହା ଭିତରୁ ଏକ ଅଜଗର ଗାଡିର ଇଂଜିନରେ ରହିଯାଇଥିଲା । ଘଟଣାସ୍ଥଳରେ ସ୍ନେକ ହେଲପ ଲାଇନର ସଦସ୍ୟ ପହଂଚି ୨ଟି ଅଜଗରକୁ ଉଦ୍ଧାର କରିଥିଲେ ।