କନକ ବ୍ୟୁରୋ: ଜିରୋ ସ୍ୟାଡୋ ଡେ । ଅର୍ଥାତ ଖରାରେ ମଧ୍ୟ ଆପଣଙ୍କ ଛାଇ ଦେଖିବାକୁ ମିଳିବନି । ବେଙ୍ଗାଲୁରରେ ମଙ୍ଗଳବାର ଦେଖିବାକୁ ମିଳିଛି ଏମିତି ଏକ ବିରଳ ଦୃଶ୍ୟ । ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଛନ୍ତି ସିଲିକନ ସିଟିର ବାସିନ୍ଦା ।

Advertisment

ଯେତେବେଳେ ଖରାରେ କୌଣସି ବସ୍ତୁ ରହେ କି କେହି ରହିଥାନ୍ତି ସେତେବେଳେ ଛାଇ ପଡିବା କଥା ଆମେ ଦେଖୁ ଓ ଏହି ବାବଦରେ ମଧ୍ୟ ଜାଣୁ । କିନ୍ତୁ ମଙ୍ଗଳବାର ବେଙ୍ଗାଲୁର ମଧ୍ୟାହ୍ନ ସମୟରେ କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଭୂମିରେ ଛିଡା ହୋଇଥିବା କୌଣସି ବସ୍ତୁ କିମ୍ବା ମଣିଷର ଛାଇ ଭୂମିରେ ପଡିନଥିଲା । ଅର୍ଥାତ ସୂର୍ଯ୍ୟକିରଣ ଏଠାରେ ୯୦ ଡିଗ୍ରୀରେ ସ୍ପର୍ଶ କରୁଥିଲା ।ଯାହାକି ଅନ୍ୟ ସମୟରେ ହୋଇନଥାଏ । ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୭ ମିନିଟ ସମୟରେ କିଛି ମୁହୁର୍ତ ପାଇଁ ଏହି ପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବୈଜ୍ଞାନକଙ୍କ କହିବା ଅନୁସାରେ ଯୁକ୍ତ ୨୩.୫ ଓ ବିଯୁକ୍ତ ୨୩.୫ ଡିଗ୍ରୀ ଅକ୍ଷାଂଷ ଭିତରେ ଏହି ଭଳି ଦୃଶ୍ୟ ସୃଷ୍ଟି ହୁଏ । ବିଷୁବ ରେଖାରେ ମଧ୍ୟ ବସନ୍ତ ଋତୁରେ ଏହା ଦେଖିବାକୁ ମିଳିଥାଏ । ଆଷ୍ଟ୍ରୋନୋମିକାଲ ସୋସାଇଟି ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ସୂର୍ଯ୍ୟ କେବେବି ମୁଣ୍ଡ ଉପରେ ସିଧାସଳଖ ପଡିନଥାଏ । ଏହା ସାମାନ୍ୟ କମ ଉଚ୍ଚତାରେ ଟିକେ ଉତରକୁ ଟିକେ ଦକ୍ଷିଣକୁ ରହିଥାଏ ଏବଂ ସୂର୍ଯ୍ୟଙ୍କ ଚାରିପଟେ ଘୂରିବା ବେଳେ ପୃଥୀବୀର ଘୂର୍ଣ୍ଣମୟ ପଥ ୨୩.୫ ଡିଗ୍ରୀ ଢଳି ରହିଥାଏ । ତେଣୁ ଏହି ଯୁକ୍ତ ୨୩.୫ ଓ ବିଯୁକ୍ତ ୨୩.୫ ଡିଗ୍ରୀ ଅକ୍ଷାଂଷ ଭିତରେ ସୂର୍ଯ୍ୟ କିରଣ ସିଧାସଳଖ ୯୦ ଡିଗ୍ରୀ ଭୂମିରେ ପଡିଥାଏ ।

ଏହା ବର୍ଷକୁ ୨ଥର ପୃଥୀବୀର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥାଏ । ମାର୍ଚ୍ଚ ୨୦୨୨ରେ ମୁମ୍ବାଇରେ ଏଭଳି ଦୃଶ୍ୟ ଦେଖାଯାଇଥିବାବେଳେ ଆଜି ବେଙ୍ଗାଲୁରରେ ଜିରୋ ସ୍ୟାଡୋ ଡେ ଦେଖିବାକୁ ମିଳିଛି ।