ସକାଳୁ ଉଠି ନିୟମିତ ଧ୍ୟାନ କଲେ ମିଳିବ ଏସବୁ ଫାଇଦା : ବଢ଼ିବ ଏକାଗ୍ରତା, ଦୂଷିତ ରକ୍ତକୁ କରିବ ପରିଷ୍କାର

159

ମେଡିଟେସନ ଅର୍ଥାତ ଧ୍ୟାନ ଆମ ଶାସ୍ତ୍ରର ମୁଖ୍ୟ ଆଧାର କାହିଁକିନା ଆୟୁର୍ବେଦ ସମେତ ଅନେକ ଗ୍ରନ୍ଥରେ ଏହାର ବର୍ଣ୍ଣନା ଅଛି । ଧ୍ୟାନ କରିବା ଏକ ଏମିତି କ୍ରିୟା ଯାହା ମାଧ୍ୟମରେ ଆପଣଙ୍କ ଶରୀର ନିୟନ୍ତ୍ରଣରେ ରହିବ । ପୁରାତନ କାଳରେ ମୁନିଋଷି ଘଣ୍ଟା ଘଣ୍ଟା ଧରି ଲଗାତାର ଧ୍ୟାନ କରୁଥିଲେ । ଯଦି ଆପଣଙ୍କ ପାଖରେ ଦିନସାରା ୱାର୍କଆଉଟ କରିବାର ସମୟ ନାହିଁ, ତେବେ ଆପଣ ଧ୍ୟାନ କରନ୍ତୁ । ଏଥିରେ ବହୁତ ଫାଇଦା ଅଛି ।

କେମିତି କରିବେ ଧ୍ୟାନ : ଆରାମରେ ଭୂଇଁରେ ଶାନ୍ତ ପରିବେଶରେ ବସି ଯାଆନ୍ତୁ , ଶାନ୍ତି ନାହିଁ ତ କାନରେ ଇୟରବଡସ୍ ଲଗାନ୍ତୁ । ତା’ପରେ ନିଜର ଆଖି ବନ୍ଦ କରନ୍ତୁ ଓ ଧିରେ ଧିରେ ଗଭୀର ଶ୍ୱାସ ନେଇ ଧୀରେ ଧୀରେ ଛାଡନ୍ତୁ । ଦୁଇଥର ଏମିତି କରି ସାମାନ୍ୟ ସ୍ଥିତିରେ ଆଖି ବନ୍ଦ କରି ରଖନ୍ତୁ, କିଛି ଦେଖିବାକୁ ବା ଭାବିବାକୁ ଚେଷ୍ଟା କରନ୍ତୁନି । ଏହି ସ୍ଥିତିରେ ୧୦ ମିନିଟ ପର୍ଯ୍ୟନ୍ତ ରୁହନ୍ତୁ । କିଛି ଦିନ ପରେ ଆପଣଙ୍କ ଧ୍ୟାନ ସଫଳ ହୋଇଯିବ ।

ମାନସିକ ଶାନ୍ତି : ଆଜିକାଲି କେହି ମାନସିକ ରୂପେରେ ଶାନ୍ତ ନାହାଁନ୍ତି, କାହିଁକିନା ବ୍ୟସ୍ତ ଜୀବନ ଆମ ଭିତରେ କୋଳାହଳ ସୃଷ୍ଟି କରୁଛି । ଯଦି ଆପଣଙ୍କ ମନ ଶାନ୍ତ ନାହିଁ ଓ ଆପଣଙ୍କ ମସ୍ତିଷ୍କ ସବୁବେଳେ ଚିନ୍ତିତ ରହୁଛି, ତେବେ ଆପଣ ପ୍ରତିଦିନ ୧୦ ମିନିଟ ପାଇଁ ଧ୍ୟାନ କରନ୍ତୁ । ଆପଣଙ୍କୁ ଆରାମ ମିଳିବ ।

ମନକୁ ନିୟନ୍ତ୍ରଣ : ଦୁନିଆରେ ସବୁଠୁ ଅସ୍ଥିର ହେଉଛି ମନ ଓ ଯିଏ ଏହାକୁ ନିୟନ୍ତ୍ରଣ କରିପାରିଲା, ସେ ଦୁନିଆ ଜିତି ପାରିବ । ଯେତେ ଚେଷ୍ଟା କଲେ ବି ଆମେ ମନକୁ ନିୟନ୍ତ୍ରଣ କରିପାରୁନୁ, ସେଥିପାଇଁ ପ୍ରତିଦିନ ୧୦ ମିନିଟ ଧ୍ୟାନ କରିବା ଜରୁରୀ । ଏହା ଦ୍ୱାରା ମନ ଶାନ୍ତ ରହିବ ।

ଶରୀର ପାଇଁ : ଯେତେବେଳେ ଆପଣ ଧ୍ୟାନ କରନ୍ତି, ଆପଣଙ୍କ ଶରୀରର କୋଷ ଗୁଡିକ ଅଧିକ କ୍ରିୟାଶୀଳ ହୋଇଯାଏ ଏବଂ ସେଥିରୁ ଏକ ଉର୍ଜା ବାହାରେ, ଯାହାକି ଶରୀରକୁ ଶକ୍ତ ବନାଏ । ସେଥିପାଇଁ ଧ୍ୟାନ କରିବା ଏକ ପ୍ରକାରର ଯୋଗ ।

ରକ୍ତ ପ୍ରବାହ : ଆମ ଶରୀରରେ ପାଖାପାଖି ରୋଗର ମୂଳ କାରଣ ହେଉଛି ଦୂଷିତ ରକ୍ତ ପ୍ରବାହ । ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ଶରୀରର ରକ୍ତ ପ୍ରବାହ ଠିକ ରହୁ, ତେବେ ପ୍ରତିଦିନ ୧୦ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରନ୍ତୁ । ଏହାଦ୍ୱାରା ଲାଭ ମିଳିବ ।

ଏକାଗ୍ରତା : କାମରେ ଏକାଗ୍ରତା ରହୁନି ବା ମନ ବିଚଳିତ ହେଉଛି, ତେବେ ନିୟମିତ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ଏକାଗ୍ରତା ବଢ଼ିବ ଓ କାମରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି ।