ଶୀତ ଦିନେ ଶରୀରକୁ ରଖନ୍ତୁ ଫିଟ୍ : ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗରମ ଲେମ୍ବୁ ପାଣି

ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବାର ଫାଇଦା

479

ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ବୋଲି ଭାବି ପିଇବାକୁ ଡ଼ରିଥାନ୍ତି । କିନ୍ତୁ ଶୀତ ଦିନେ ମଧ୍ୟ ଏହାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ଏବେ ଆସନ୍ତୁ ଜାଣିବା, ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ?

• ଲେମ୍ବୁରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ରହିଥାଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖାଯାଇନଥାଏ ।

• ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ । ଏହା ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।

• ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇରହିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ ।

• ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇନଥାଏ ।