ଏମିତି ଏକ ହ୍ରଦ, ଯେଉଁଠି କେବେ ଦେଖାଯାଏ ବରଫ ଆଉ କେବେ ଲାଗିଥାଏ ନିଆଁ ! ଜାଣନ୍ତୁ ରହସ୍ୟ ।

61

ବରଫର ହ୍ରଦ ହେଉଛି ପ୍ରକୃତିର ଏକ ମନଲୋଭା ଦୃଶ୍ୟ । ତେବେ ଏମିତି କେତେକ ହ୍ରଦ ରହିଛି ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଙ୍ଗାଲୋରର ବେଲନ୍ଦୁର ହ୍ରଦରେ ପାଣି ଉପରେ ବରଫର ଏକ ମୋଟା ଆସ୍ତରଣ ଦେଖାଯାଇଥାଏ । ଲୋକମାନେ ଏହି ହ୍ରଦ ପାଖରେ ନିଜ ଗାଡି ରଖି ଏଠାରେ ସେଲଫି ନେଇଥାନ୍ତି । କିନ୍ତୁ ପ୍ରକୃତରେ ଏଠାରେ କୌଣସି ବରଫ ନାହିଁ କିମ୍ବା ଏହା ଏକ ସୁନ୍ଦର ସ୍ଥାନ ନୁହେଁ । ତେବେ ଜାଣନ୍ତୁ ଏହି ହ୍ରଦର ପ୍ରକୃତ ସତ୍ୟତା ।

ଏହି ହ୍ରଦରୁ ଧଳା ରଙ୍ଗର ଫୋମ ବାହାରିଥାଏ । ଏହା ଟାକ୍ସିକ ମ୍ୟାଟେରିଆଲ କାରଣରୁ ହୋଇଥାଏ ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ତେବେ ଆଗମୀ ସମୟରେ ଏହା ଆହୁରି ବିପଦପୂର୍ଣ୍ଣ ହୋଇପାରେ ।

କେବଳ ଏତିକି ନୁହେଁ ଗତ କିଛି ବର୍ଷ ମଧ୍ୟରେ ଏହି ହ୍ରଦରେ ନିଆଁ ଲାଗିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା ସହର ପାଇଁ ବହୁତ ଖରାପ ଅଟେ । ହ୍ରଦରେ ଆଖପାଖରେ ରହୁଥିବା ଲୋକମାନେ କହିଛନ୍ତି ଯେ, ହ୍ରଦରେ ଏଭଳି ଫୋମର ମାତ୍ରା ବଢିବାରେ ଲାଗିଛି । ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ, ପ୍ରଥମେ ଫୋମ ସହଜରେ ବାଷ୍ପରେ ପରିଣତ ହେଉଥିଲା କିନ୍ତୁ ଏବେ ଏହା ଅନେକ ସମୟ ଧରି ଜମା ହୋଇ ରହୁଛି । କେବଳ ଏତିକି ନୁହେଁ କର୍ଣ୍ଣାଟକ ନିର୍ବାଚନରେ ଏହି ହ୍ରଦରେ ହେଉଥିବା ପ୍ରଦୂଷଣ ଏକ ରାଜନୈତିକ ବିଷୟ ମଧ୍ୟ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଆଲୋଚନା ମଧ୍ୟ କରିଛନ୍ତି ।