କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।

176

କନକ ବ୍ୟୁରୋ: ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ । ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ । ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି । ବିବାହ ବିବାଦରୁ ପୁଷ୍ପଲତାକୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା  ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫୋପାଡି ଦେଇଥିଲେ । ପୁଲିସ ମହିଳାଙ୍କୁ ମୁଣ୍ଡବିହୀନ ଶରୀର ଅନ୍ଧାରୁଆ-ଦାସୁପୁର ରାସ୍ତାରୁ ପାଇବା ପରେ ମହିଳାଙ୍କୁ ଚିହ୍ନଟ ପାଇଁ ଛାନଭିନ ଆରମ୍ଭ କରିଥିଲା । ମହିଳାଙ୍କ ପୋଷାକ ଆଧାରରେ ପୋଷ୍ଟର ବନାଇ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ପୁଷ୍ପଲତାଙ୍କ ମାଆ ଝିଅକୁ ଚିହ୍ନଟ କରିବା ପରେ ପୁଲିସକୁ ସୂଚନା ଦେଇଥିଲେ ।