ଏଣିକି ଭିକ ମାଗିଲେ ହେବ ଜେଲ୍ । ମାର୍ଚ୍ଚ ୯ ତାରିଖରୁ ଲାଗୁ ହେବ ନିୟମ । ଜାଣନ୍ତୁ, କେଉଁଠି ଜାରି ହେଲା ଏମିତି ନିୟମ…

13,037

କନକ ବ୍ୟୁରୋ: ଏଣିକି ଭିକ ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସହରର ମୁଖ୍ୟ ରାସ୍ତାରେ ହେଉ କିମ୍ବା ଗଳିକନ୍ଦିରେ ମଧ୍ୟ ଭିକ ମାଗିଲେ ହେବ ଜେଲ । ତେବେ ଏପରି ନିୟମ ଏବେ ମହାରାଷ୍ଟ୍ରର ବିଭିନ୍ନ ସହରରେ ମାର୍ଚ୍ଚ ୯ରୁ ୩୦ ଏପ୍ର୍ରିଲ ଯାଏଁ ଲାଗୁ ହେବ । ଭାରତର ଅଲଗା ଅଲଗା ସହରରେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ଅବସରରେ ମହାରାଷ୍ଟ୍ର ପୁଲିସ ତତ୍ପରତା ଦେଖାଇଛି ।

ସୂଚନା ଅନୁଯାୟୀ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ନାଗପୁର ସିଟି ପୁଲିସ କମିଶନର ବୁଧବାର ଏକ ଆଦେଶ ଜାରି କରିଛନ୍ତି । ଏକାକୀ କିମ୍ବା ଗ୍ରୁପ ହୋଇ ଭିକ ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ଦର୍ଶାଯାଇଛି । ତେବେ ଏହିସବୁ କାର୍ଯ୍ୟାନୁଷ୍ଠାନ ମହାରାଷ୍ଟ୍ର ପ୍ରିବେନ୍ସନ ଅଫ ବେଗିଂ ଆକ୍ଟ ୧୯୫୯ ଅନୁଯାୟୀ ଜାରି ହୋଇଛି । ଯଦି ଏହି ନିୟମକୁ ଉଲଘଂନ କରନ୍ତି ତେବେ ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ କମିଶନର ଅମିତେସ କହିଛନ୍ତି , ଏହା କେବଳ ଜି-୨୦ ସମ୍ମିଳନୀ ପାଇଁ ନୁହେଁ ଏହା ପଛରେ ବହୁ କାରଣ ମଧ୍ୟ ରହିଛି । ରାସ୍ତାରେ ଲୋକେ ଭିକ ମାଗିବା ଯୋଗୁଁ ଟ୍ରାଫିକ ଜାମ ହେବା ସହ ସାଧାରଣ ଲୋକମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିଯୋଗୁଁ ଲୋକେ ଅଭିଯୋଗ କରୁଥିବା ମଧ୍ୟ ସେ କହିଛନ୍ତି ।