ସାମ୍ନାକୁ ଆସିଲା ଆତ୍ମହତ୍ୟା ପୂର୍ବରୁ ରଶ୍ମୀରେଖାଙ୍କ ଶେଷ ଭିଡିଓ : ବାରରେ ନାଚୁଥିଲେ ଟେଲି ଅଭିନେତ୍ରୀ, କାହିଁକି କଲେ ଆତ୍ମହତ୍ୟା ଏବେ ବି ସନ୍ଦେହରେ

283

କନକ ବ୍ୟୁରୋ : ସାମ୍ନାକୁ ଆସିଛି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଶେଷ ଭିଡ଼ିଓ । କୁହାଯାଉଛି ଆତ୍ମହତ୍ୟା କରିବା ପୂର୍ବରୁ ଏକ ବାରରେ ଯାଇ ମନଖୋଲି ନାଚିଥିଲେ ରଶ୍ମୀରେଖା । କୌଣସି କାରଣକୁ ନେଇ ମାନସୀକ ଚାପରେ ଥିବାରୁ ମନ ହାଲୁକା କରିବା ପାଇଁ ବାରକୁ ଯାଇଥିବା ସୂଚନା ମିଳିଛି ।

ଅଭିନେତ୍ରୀଙ୍କ ଜଣେ ନିକଟତମ ବନ୍ଧୁଙ୍କ ପାଖରୁ ଏହି ଭିଡ଼ିଓଟି ହସ୍ତଗତ ହୋଇଛି । ସେପଟେ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ବେକରେ ରଶି ଲଗାଇ ଝୁଲିପଡ଼ିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । କିନ୍ତୁ ଆତ୍ମହତ୍ୟାର କାରଣ ଖୋଜିବା ପାଇଁ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି । ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ନୋଟିସ କରିଥିବା ଜଣାପଡ଼ିଛି ।